ବୁଲା କୁକୁରଙ୍କ ଗଣନା ପରେ ବନ୍ଧ୍ୟାକରଣ ଏବଂ ଟୀକାକରଣ ହେବ – ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ହେବ ବୁଲା କୁକୁର ଗଣନା । ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ ସହ ଟୀକା କରଣ ହେବ । ସର୍ବ ସାଧାରଣ ସ୍ଥାନରେ କୁକୁରଙ୍କୁ ଦିଆଯିବ ନାହିଁ ଖାଦ୍ୟ । ସାମାଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବେ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ […]

ବୁଲା କୁକୁରଙ୍କ ଗଣନା ପରେ ବନ୍ଧ୍ୟାକରଣ ଏବଂ ଟୀକାକରଣ ହେବ – ପ୍ରାଣୀ ସମ୍ପଦ ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ବର : ରାଜ୍ୟରେ ହେବ ବୁଲା କୁକୁର ଗଣନା । ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ ସହ ଟୀକା କରଣ ହେବ । ସର୍ବ ସାଧାରଣ ସ୍ଥାନରେ କୁକୁରଙ୍କୁ ଦିଆଯିବ ନାହିଁ ଖାଦ୍ୟ । ସାମାଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବେ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ମନ୍ତ୍ରୀ କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରିବ । ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ଆଶ୍ରୟ ସ୍ଥଳରେ ରଖାଯିବ । ରାଜ୍ୟରେ ଅଛନ୍ତି ୭ ଲକ୍ଷ ବୁଲା କୁକୁର ଏବଂ ପୋଷା କୁକୁର ଅଛନ୍ତି ୬୪ ହଜାର । ଯଦି କେଉଁଠି ବୁଲା କୁକୁର ଅସୁସ୍ଥ ଥାଏ ତେବେ ୧୯୬୨ କୁ ଜଣାଇବାକୁ କହିଛନ୍ତି ମନ୍ତ୍ରୀ ।

ଏଣିକି ବୁଲା କୁକୁରଙ୍କୁ ରାସ୍ତାକଡରେ ଖାଇବାକୁ ନଦେବାକୁ ସଚେତନ କରିବ ମ୍ୟୁନିସିପାଲିଟି । ଏହାସହ ପ୍ରତି ମ୍ୟୁନିସିପାଲିଟି ଅଞ୍ଚଳରେ ଚିକେନ-ମଟନ ଦୋକାନୀଙ୍କୁ ତଦାରଖ କରିବେ ମ୍ୟୁନିସିପାଲିଟି କର୍ମଚାରୀ । ଏଣେ ତେଣେ ପକାଇପାରିବେ ନାହିଁ କିମ୍ବା ବୁଲା କୁକୁରଙ୍କୁ ବଳକା ମାଂସ ନଦେବାକୁ ନିର୍ଦ୍ଦେଶ । ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ-ମଟନ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ ଦୋକାନୀ । ଏନେଇ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

Tags: