ଆସୁଛି ବାତ୍ୟା ‘ମାଣ୍ଡୋସ’

ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଅଧିକ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି I ବଙ୍ଗୋପସାଗରରେ ସୃଷ୍ଟି ସାଇକ୍ଲୋନିକ ଷ୍ଟର୍ମ ର ନାମ ’ମାଣ୍ଡସ’ ରଖI ଯାଇଛି I ’ମାଣ୍ଡସ’ ର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ଅଲର୍ଟ ଜାରି କରାଯାଇଛି । ଉତ୍ତର ଭାରତରେ ଥଣ୍ଡା ବଢ଼ୁଥିବାବେଳେ ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା […]

Samaya Live Picture
Published On

ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଅଧିକ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି I ବଙ୍ଗୋପସାଗରରେ ସୃଷ୍ଟି ସାଇକ୍ଲୋନିକ ଷ୍ଟର୍ମ ର ନାମ ’ମାଣ୍ଡସ’ ରଖI ଯାଇଛି I ’ମାଣ୍ଡସ’ ର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ଅଲର୍ଟ ଜାରି କରାଯାଇଛି । ଉତ୍ତର ଭାରତରେ ଥଣ୍ଡା ବଢ଼ୁଥିବାବେଳେ ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି । ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଅଲର୍ଟ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁସାରେ, ବାତ୍ୟା ମାଣ୍ଡସ କରାଇକାଲ୍‌ଠୁ ୪୬୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। ପୁଡୁଚେରୀ ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ କି.ମି. ରହିବ। ଡିସେମ୍ବର ୯ ମଧ୍ୟ ରାତ୍ରରେ ଏହା ଅତିକ୍ରମ କରିବ।

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହିତ ଉପକୂଳ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଆକାଶ ମୁଖ୍ୟତଃ ମେଘୁଆ ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ଓ ୧୦ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ। ୯ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ପରବର୍ତ୍ତୀ ୫ଦିନ ଯାଏ ଅପରିବର୍ତ୍ତିତ ରହିବ। ୯ ତାରିଖରେ ଥଣ୍ଡା ପାଗ ରହିବ। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍‌ କରି ସୂଚନା ଦେଇଛି।

Tags: