ଦିନେ ୨ ଦିନ ମଧ୍ୟରେ ମିଳିବ ବାତ୍ୟା କ୍ଷତିପୂରଣ
ଭୁବନେଶ୍ୱର : ବାତ୍ୟା ଦାନାର କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଦିନେ ୨ ଦିନ ମଧ୍ୟରେ ମିଳିବ କ୍ଷତି ପୂରଣ ସହାୟତା ରାଶି । ବାତ୍ୟା ଦାନାର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଛି । ବାତ୍ୟା ଦାନା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ ଭିତରୁ ୧୩୧ ବ୍ଲକ ଏବଂ ୧୧୬୩୭ […]
ଭୁବନେଶ୍ୱର : ବାତ୍ୟା ଦାନାର କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଦିନେ ୨ ଦିନ ମଧ୍ୟରେ ମିଳିବ କ୍ଷତି ପୂରଣ ସହାୟତା ରାଶି । ବାତ୍ୟା ଦାନାର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଛି । ବାତ୍ୟା ଦାନା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ ଭିତରୁ ୧୩୧ ବ୍ଲକ ଏବଂ ୧୧୬୩୭ ଗାଁ ପ୍ରଭାବିତ ହୋଇଥିଲା । ୪୧ ଲକ୍ଷ ୪ ହାଜର ଲୋକ ପ୍ରଭାବିତ ହୋଇଥିଲେ । ୩,୬୨,୯୩୫.୩୭ ହେକ୍ଟର ଜମି ପ୍ରଭାବିତ ହୋଇଥିଲା। ଫସଲ ପ୍ରଭାବିତ ଅଞ୍ଚଳ ୧,୭୨,୩୫୬.୮୧ ହେକ୍ଟର ଜମି । ୮,୨୯୨.୮୨ ଲକ୍ଷ ଫସଲ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି ।
୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତି ପୂରଣ ଇନପୁଟ ସବସିଡି ଭିତରକୁ ଆସିବ । ୮୭୮୫୫.୪୭ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି । ୮୨ କୋଟି ୯୨ ଲକ୍ଷ ୮୨ ହାଜର ଟଙ୍କାର ଫସଲ ନଷ୍ଟ। ୧୬୪୧୭ ଘର ଆଂଶିକ ବା ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ପାଇଁ ୨୩ କୋଟି ୭୩ ଲକ୍ଷ ୭୬ ହାଜର ଟଙ୍କା ଖର୍ଚ୍ଚ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ ଯିବ କ୍ଷତି ପୂରଣ ରାଶି । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।




