‘ବାରଙ୍ଗ-୧୯୯୯’ତୁରନ୍ତ ବନ୍ଦ କର,ନ ହେଲେ କୋର୍ଟକୁ ଯିବି -ଅଞ୍ଜନା ମିଶ୍ର
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ସାଙ୍ଘାତିକ ଅଭିଯୋଗ I ତାଙ୍କ ବିନା ଅନୁମତିରେ ଓଟିଟି ପ୍ଲାଟଫର୍ମ ତାଙ୍କ ଉପରେ ସିନେମା ନିର୍ମାଣ କରୁଥିବାରୁ ଏହାକୁ ଦୃଢ ପ୍ରତିବାଦ କରିଛନ୍ତି ଅଞ୍ଜନା । ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ କୁ ନେଇ ସିନେମା ତିଆରି ହେଉଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ମୋ ଉପରେ ଓଟିଟି ପ୍ଲାଟଫର୍ମରେ ସିନେମା କରୁଥିବା ନେଇ ଗଣମାଧ୍ୟମରୁ ସୂଚନା ପାଇଲି । […]
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ସାଙ୍ଘାତିକ ଅଭିଯୋଗ I ତାଙ୍କ ବିନା ଅନୁମତିରେ ଓଟିଟି ପ୍ଲାଟଫର୍ମ ତାଙ୍କ ଉପରେ ସିନେମା ନିର୍ମାଣ କରୁଥିବାରୁ ଏହାକୁ ଦୃଢ ପ୍ରତିବାଦ କରିଛନ୍ତି ଅଞ୍ଜନା । ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ କୁ ନେଇ ସିନେମା ତିଆରି ହେଉଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ମୋ ଉପରେ ଓଟିଟି ପ୍ଲାଟଫର୍ମରେ ସିନେମା କରୁଥିବା ନେଇ ଗଣମାଧ୍ୟମରୁ ସୂଚନା ପାଇଲି । ଏହା ହେବା ଉଚିତ ନୁହେଁ। ଫିଲ୍ମ କରିବା ପୂର୍ବରୁ ମୋ ସହିତ ଆଲୋଚନା କରି ନାହାନ୍ତି। ମୁଁ ସେ ବିଷୟରେ କିଛି ଜାଣିନାହିଁ। ଯେଉଁମାନେ କରୁଛନ୍ତି ତାହା ବନ୍ଦ କରଇବାକୁ ମୁଁ ଗଣମାଧ୍ୟମ ଜରିଆରେ ସତର୍କ କରାଉଛି। ନହେଲେ ଆଇନର ଆଶ୍ରୟ ନେବି।
ର୍ନିମାଣ କରାଯାଉଥିବା ୱେବ୍ ସିରିଜ୍ ତୁରନ୍ତ ବନ୍ଦ ନକଲେ ଆଇନର ଆଶ୍ରୟ ନେବି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଜନା । ସେ କହିଛନ୍ତି ମନ ଇଚ୍ଛା ଏସବୁ କରୁଛନ୍ତି। ମୋ ଅନୁମତି ନେଇ ନାହାନ୍ତି।’ ଅଞ୍ଜନା ମିଶ୍ର ପୁଣି କହିଛନ୍ତି ଯେ, ମୋ ଆତ୍ମଜିବନୀ ସହ ଯଦି ଫିଲ୍ମର କିଛି ତାଳମେଳ ରହିବା ଜାଣେ ତାହେଲେ ମୁଁ ଆଇନର ଆଶ୍ରୟ ନେବି। ମୁଁ ଚାହୁଁନି ମୋ କାହାଣୀ କି ସେ ଘଟଣାକୁ ନେଇ କିଛି ଫିଲ୍ମ ହେଉ।
ସୂଚନାନୁସାରେ , ସୋମବାର ଦିନ ଓଡିଶାର ଏକ ଦୈନିକ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇଥିଲା । ଖବରର ଶୀର୍ଷକ ଥିଲା ଅଞ୍ଜନା ମିଶ୍ରଙ୍କ କାହାଣୀ କହିବ ‘ବାରଙ୍ଗ ୧୯୯୯ ’ । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଞ୍ଜନା ମିଶ୍ର । ଏହି ୱେବ୍ ସିରିଜ୍ କୁ ନିର୍ମାଣ କରୁଛନ୍ତି ଅକ୍ଷୟ ପରିଜା I ସେ କହିଛନ୍ତି ଏହି ବିଷୟ କାହାରି ବ୍ୟକ୍ତିଗତ ଘଟଣାକୁ ନେଇ କରାଯାଇନି। ଏହି ସିନେମାରେ ସାମାଜିକ ନ୍ୟାୟ ବ୍ୟବସ୍ଥା ଓ ପୁଲିସ ବ୍ୟବସ୍ଥାର ଶକ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି।




