ବରାହ ମନ୍ଦିରରୁ ଖସିଲା ପଥର
ପୁରୀ : ବଡ଼ଦେଉଳ ଭିତରେ ଥିବା ବରାହ ମନ୍ଦିରରୁ ଖସିଲା ପଥର। ଆଜି ଭୋର ସମୟରେ ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତରେ କଣା ହୋଇଛି। ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଏଏସ୍ଆଇକୁ ସୂଚନା ଦେଇଛନ୍ତି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର । ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା। ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର […]
ପୁରୀ : ବଡ଼ଦେଉଳ ଭିତରେ ଥିବା ବରାହ ମନ୍ଦିରରୁ ଖସିଲା ପଥର। ଆଜି ଭୋର ସମୟରେ ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତରେ କଣା ହୋଇଛି। ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଏଏସ୍ଆଇକୁ ସୂଚନା ଦେଇଛନ୍ତି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର । ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।
ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି। ଏଥିରେ କେହି ସେବାୟତ କିମ୍ବା ଭକ୍ତ ଆହତ ହେଇନାହାନ୍ତି। ମାଙ୍କଡ଼ମାନେ ଚଢ଼ିବା ଯୋଗୁ ଏହି ପଥର ଖସିଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଗାରଦରେ ଜମା କରାଯାଇଛି I ତେବେ ପଥରଟି କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର। ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।




