ପଥର ଖାଦାନରେ ବ୍ଲାଷ୍ଟଟିଙ୍ଗ ପଥର ବାଜି ଜଣେ ଗୁରୁତର

ସମୟ ଲାଇଭ,୧୫/୩: ପଥର ଖାଦାନରେ କାମ କରୁଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି। ଗୁରୁତର ଭାବେ ଆହତ ହୋଇଥିବା ଶ୍ରମିକ ଜଣ ବିଶୋଇ ଅଞ୍ଚଳର ରାମ ବେଶ୍ରା ବୋଲି ଜଣାପଡିଛି । ସୂଚନା ଅନୁସାରେ ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ନାଫ୍ରିସ୍ଥିତ ପଥର ଖାଦାନ ରେ ପଥର ବ୍ଲାଷ୍ଟିଂ ଏବଂ ଲୋଡିଂ ଚାଲୁଥିବା ବେଳେ ଘଟିଛି ଏହି ଅଘଟଣ। ପଥର ଛିଟିକି ଆସି […]

Samaya Live Picture
Published On

ସମୟ ଲାଇଭ,୧୫/୩: ପଥର ଖାଦାନରେ କାମ କରୁଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି। ଗୁରୁତର ଭାବେ ଆହତ ହୋଇଥିବା ଶ୍ରମିକ ଜଣ ବିଶୋଇ ଅଞ୍ଚଳର ରାମ ବେଶ୍ରା ବୋଲି ଜଣାପଡିଛି । ସୂଚନା ଅନୁସାରେ ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ନାଫ୍ରିସ୍ଥିତ ପଥର ଖାଦାନ ରେ ପଥର ବ୍ଲାଷ୍ଟିଂ ଏବଂ ଲୋଡିଂ ଚାଲୁଥିବା ବେଳେ ଘଟିଛି ଏହି ଅଘଟଣ। ପଥର ଛିଟିକି ଆସି ରାମଙ୍କ ଉପରେ ବାଜିଥିଲା। ଯାହାଫଳରେ ତାଙ୍କ ଆଖି ଏବଂ କାନ୍ଧରେ ଗଭୀର କ୍ଷତ ହୋଇଛି। ମୁମୂର୍ଷୁ ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଶ୍ରମିକ ରାମ ବେଶ୍ରା। ପଥର ଖାଦାନଟି ଗତ ନିର୍ବାଚନରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଭାଜପା ର ବିଧାୟକ ପ୍ରାର୍ଥୀ ଙ୍କ ବୋଲି କହିଛନ୍ତି ସେହି ଖାଦାନରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ଶ୍ରମିକ ତଥା ଆହତ ରାମଙ୍କ ସମ୍ପର୍କୀୟ।।ତେବେ ଦୁର୍ଘଟଣା କିପରି ଘଟିଲା ତାହା ତଦନ୍ତ ସାପେକ୍ଷ। ସ୍ଥାନୀୟ ପ୍ରଶାସନ ର ଅବହେଳା ଯୋଗୁଁ ବାଙ୍ଗିରିପୋଷି ବ୍ଲକ ଅଂଚଳ ରେ ଚୋରା ପଥରଆଫିଆ ଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି।୧୪୪ ଧାରା ଲାଗୁ ହେଲା ପରେ ମଧ୍ୟ ଶିମିଳିପାଳ ଜୈବ ମଣ୍ଡଳ ଭିତରେ ଚାଲିଛି ବେଧଡକ ପଥର ବ୍ଲାଷ୍ଟିଂ। ମୋଟା ଅଙ୍କର ବଟି ନେଇ ସ୍ଥାନୀୟ ପ୍ରଶାସନ ଚୁପ ବସିଛନ୍ତି ବୋଲି ଆଲୋଚନା ହେଉଛି |

Tags: