ଭିମସାରରୁ ଚୋରି ନବଜାତକ ୨ ଦିନ ପରେ ଉଦ୍ଧାର
ସମ୍ବଲପୁର : ବୁର୍ଲା ଭୀମସାରରୁ ଚୋରି ହୋଇଥିବା ନବ ଜାତକ ଉଦ୍ଧର । ୪୮ ଘଣ୍ଟା ପରେ ରେଙ୍ଗାଲି ଗଣେଶ ନଗରରୁ ଉଦ୍ଧାର କଲା ପୋଲିସ । ଶିଶୁକୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀ ଗିରଫ । ଉଦ୍ଧାର ପରେ ନବଜାତକକୁ ଭିମସାର ଅଣାଯାଉଛି ଇ ଶିଶୁର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବାକୁ ଡାକ୍ତରଖାନା ଅଣାଯାଉଥିବା ସୂଚନା ମିଳିଛି । ଚୋରି ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ଶିଶୁପୁତ୍ର ଚୋରି ହୋଇଥିଲା । […]
ସମ୍ବଲପୁର : ବୁର୍ଲା ଭୀମସାରରୁ ଚୋରି ହୋଇଥିବା ନବ ଜାତକ ଉଦ୍ଧର । ୪୮ ଘଣ୍ଟା ପରେ ରେଙ୍ଗାଲି ଗଣେଶ ନଗରରୁ ଉଦ୍ଧାର କଲା ପୋଲିସ । ଶିଶୁକୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀ ଗିରଫ । ଉଦ୍ଧାର ପରେ ନବଜାତକକୁ ଭିମସାର ଅଣାଯାଉଛି ଇ ଶିଶୁର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବାକୁ ଡାକ୍ତରଖାନା ଅଣାଯାଉଥିବା ସୂଚନା ମିଳିଛି । ଚୋରି ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ଶିଶୁପୁତ୍ର ଚୋରି ହୋଇଥିଲା । ଶିଶୁକୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସମୟରେ ପୋଲିସ ମାଡି ବସିଲା ।
ସୂଚନା ଅନୁସାରେ ଗତ ୨୬ ତାରିଖ ଦିନ ଛତିଶଗଡ଼ ସରେଇପାଲି ଅଞ୍ଚଳରୁ ଜଣେ ମହିଳା ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ମହିଳାଙ୍କ ସହ ଶିଶୁ ପୁତ୍ରର ମାଉସୀ ମଧ୍ୟ ଆସିଥିଲେ । ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ଶିଶୁପୁତ୍ରର ମାଉସୀଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଇ ଥିଲେ । ପରେ ଛୁଆଟି କାନ୍ଦିବା ବେଳେ ସମ୍ବଲପୁର ଅଞ୍ଚଳର ସଂପୃକ୍ତ ମହିଳା ଜଣକ ଶିଶୁପୁତ୍ରକୁ କୋଳକୁ ନେବା ପରେ ଧୀରେ ଧୀରେ ବାହାରକୁ ଚାଲି ଆସିଥିଲା । ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ପରିବାର ଲୋକ ତୁରନ୍ତ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ପଳାଉଥିବାର ଦେଖିବାକୁ ମିଳିଥିଲା ।




