ଶିରୁଳି ମହାବୀର ମନ୍ଦିରରୁ ଚୋରି

ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି। ସୋମବାର ବିଳମ୍ବିତ ରାତିରେ ଶିରୁଳି ମହାବୀର ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ନେଇ ସେବାୟତ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ସୋମବାର ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ପରେ ଦୈନନ୍ଦିନ ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା । ପରେ ରାତ୍ର […]

Samaya Live Picture
Published On

ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି। ସୋମବାର ବିଳମ୍ବିତ ରାତିରେ ଶିରୁଳି ମହାବୀର ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ନେଇ ସେବାୟତ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ସୋମବାର ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ପରେ ଦୈନନ୍ଦିନ ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା । ପରେ ରାତ୍ର ୧୦ଟା ୩୦ରେ ପହୁଡ଼ ନୀତି ହୋଇଥିଲା । ଏହା ପରେ ପାଳିଆ ସେବାୟତ ମାନେ ମନ୍ଦିର ବନ୍ଦ କରି ଯାଇଥିଲେ । ମଙ୍ଗଳବାର ସକାଳେ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ଆସିବା ପରେ ହୁଣ୍ଡି ଭଙ୍ଗା ଯାଇ ଲୁଟ୍‌ ହୋଇଥିବାର ଦେଖିଥିଲେ ।ଏନେଇ ସଙ୍ଗେ ସଙ୍ଗେ ମନ୍ଦିର କମିଟି ଏବଂ ଚନ୍ଦନ ପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିଛନ୍ତି।

Tags: