ପଦକ୍ଷେପ
ସରକାରଙ୍କ ପକ୍ଷରୁ ଭାରତରେ ଦେଖିବାକୁ ମିଳୁଥିବା ପୋଷଣ ଅଭାବକୁ ଦୂର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ପ୍ରକାରର ସ୍କିମ ସହାୟତାରେ ସମସ୍ତଙ୍କୁ କିଭଳି ଭଲ ଖାଦ୍ୟ ସହ ଡାକ୍ତରୀ ଚିକିତ୍ସା ମିଳିପାରିବ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ତେବେ ଆସନ୍ତୁ ପଢିବା ସେହିଭଳି କିଛି ସ୍କିମ ସମ୍ପର୍କରେ ।
ପୋଷଣ ଅଭିଯାନ
ଏହି ଅଭିଯାନ ବିଶେଷଭାବେ ଜନ୍ମ ହେବା ଶିଶୁଠାରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଉଦିଷ୍ଟ । ଏହାର ମୂଳ ଲକ୍ଷ ପିଲାଙ୍କୁ କୁ ପୋଣଷରୁ ଦୂରରେ ରଖିବା । ବିଶେଷଭାବେ ଆନେମିଆକୁ ରୋକିବା, ସଠିକ ଓଜନ ଏବଂ ଉଚ୍ଚତାକୁ ତଦାରଖ କରିବା ଏହି ଅଭିଯାନର ଦାୟିତ୍ବ । ସଠିକ୍ ଭାବେ ବୈଜ୍ଞାନିକ ପଦ୍ଧତ୍ତିରେ ପିଲାଙ୍କର ଓଜନ ଓ ଉଚ୍ଚତାକୁ ଏହା ଦେଖାରେଖା କରିଥାଏ । ଏହି ଅଭିଯାନରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ମୋବାଇଲ ଆପ ଓ ଟେକ୍ନୋଲୋଜିର ବ୍ୟବହାର କରି ପିଲାଙ୍କର ସବିଶେଷ ବିବରଣୀକୁ ଟ୍ରାକ କରିଥାଆନ୍ତି । ଯାହାଫଳରେ ଶିଶୁଙ୍କର କୌଣସି ସମସ୍ୟାଥିଲେ ସହଜରେ ଜଣାପଡିଥାଏ । ଏଥିରେ ଅଭିଭାବକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ ।
ଆସିଡିଏସ୍
ଆସିଡିଏସ ଅର୍ଥାତ ଇଣ୍ଟିଗ୍ରେଟେଡ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସ ଅଧିନରେ ଗର୍ଭବତୀ, ଛୁଆକୁ ଖୀର ଦେଉଥିବା ମହିଳାଙ୍କ ସହିତ ଜନ୍ମ ହେବା ଠାରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ଆସିଥାଆନ୍ତି । ଏହି ପ୍ରକଳ୍ପରେ ସମସ୍ତଙ୍କୁ ବିଭିନ୍ନ ପ୍ରକାର ପୋଷଣରେ ଭରପୁର ଖାଦ୍ୟ,ଜଳଖିଆ,ରାସନ ଆଦି ପ୍ରଦାନ କରାଯାଇଥାଏ । ମାଆଙ୍କୁ କିଭଳି ଶିଶୁର ଯତ୍ନ ନେବାକୁ ହେବ ସେନେଇ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ । କିଛି କିଛି ସମୟ ବ୍ୟବଧାନରେ କିଭଳି ପିଲାଙ୍କୁ ଲାଳନ ପାଳନ କରାଯିବ ସେନେଇ ଶିକ୍ଷା ଦିଆଯାଇଥାଏ । ସେହିଭଳି ପିଲାଙ୍କର ବିଭିନ୍ନ ଟିକାକୁ ମଧ୍ୟ ଏଥିରେ ଟ୍ରାକ କରାଯାଇଥାଏ, କିଭଳି ଶିଶୁ ସମସ୍ତ ପ୍ରକାରର ଟିକା ନେବ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ । ଏହି ପ୍ରକଳ୍ପ ଅଧୀନରେ ମାଆକୁ ବିଭିନ୍ନ ଶିକ୍ଷା ପ୍ରଦାନ କରାଯାଇଥାଏ ।
ମଧ୍ୟାହ୍ନ ଭୋଜନ
ଏହି ସ୍କିମରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରାଯାଇଥାଏ । ଏଥିରେ ଭାତ, ଡାଲି, ପରିବା ତରକାରୀ, ଖୀର, ଅଣ୍ଡା, ଆଇରନରେ ଭରପୁର ଖାଦ୍ୟ ଦିଆଯାଇଥାଏ । ଏହି ସ୍କିମ ସହାୟତାରେ ସ୍କୁଲଯାଉଥିବା ପିଲାଙ୍କର ବିଭିନ୍ନ ପୋଷଣକୁ ପୂର୍ଣ୍ଣ କରାଯାଇଥାଏ। ଭାରତରେ ଏଭଳି ଅନେକ ପରିବାର ଅଛନ୍ତି ଯେଉଁମାନେ ଅନେକ ସମୟରେ ଦୁଇଓଳି ଖାଇବାକୁ ପାଇ ନଥାଆନ୍ତି, ଯେଉଁ କାରଣରୁ ସେମାନଙ୍କର ବିଭିନ୍ନ ପୋଷଣ ଅଭାବ ଦୂର ହୋଇଥାଏ ।

ରକ୍ତହୀନତା ମୁକ୍ତ ଭାରତ
ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତରୁ ରକ୍ତ ହୀନତା ଦୂର କରିବା । ପ୍ରତି ସପ୍ତାହରେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି କିଶୋର କିଶୋରୀଙ୍କୁ ଏହା ପ୍ରଦାନ କରାଯାଇଥାଏ । ସେହିଭଳି ଲୋକଙ୍କୁ ସଚେତନ କରାଯାଇଥାଏ କି ଆଇରନ ଥିବା ଖାଦ୍ୟ ଖାଇବା ପାଇଁ । ସେହିଭଳି ସରକାରଙ୍କ ପକ୍ଷରୁ ଆନେମିଆ ପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥାଏ ।
ମାତୃ ବନ୍ଦନା ଯୋଜନା
ଏହି ଯୋଜନାରେ ବିଶେଷଭାବେ ଗର୍ଭବତୀ ଓ ଶିଶୁଙ୍କୁ ଖୀର ଖୁଆଉଥିବା ମହିଳା ସାମିଲ ହୋଇଥାଆନ୍ତି । ଏହି ଯୋଜନା ଅଧୀନରେ ଏମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଦିଆଯାଇଥାଏ । ସେମାନଙ୍କୁ ବିଭିନ୍ନ ବିଷୟରେ ବୁଝାଯାଇଥାଏ ଯଥା କିଭଳି ନିଜର ଯତ୍ନ ନେବ, କିଭଳି ଶିଶୁର ଯତ୍ନ ନେବ । କିଭଳି ନିଜେ ଭଲ ଖାଇବା ସହିତ ଶିଶୁର ଖାଦ୍ୟପେୟର ଯତ୍ନ ନେବ । ଏହାସହ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ ।

ପୋଷଣ ଟ୍ରାକର ଆପ
ସରକାରଙ୍କ ପକ୍ଷରୁ ଟେକ୍ନୋଲୋଜିକୁ ଏ ସମସ୍ତ ଯୋଜନାକୁ ଟ୍ରାକ କରିବା ପାଇଁ ବ୍ୟବହାର କରାଯାଉଛି । ପୋଷଣ ଟ୍ରାକର ନାଁରେ ଏକ ଆପ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଶିଶୁଙ୍କର ଉଚ୍ଚତା,ଓଜନ ଓ ବୟସକୁ ଟ୍ରାକ କରାଯାଇଥାଏ । ଏହାକୁ ଟ୍ରାକ କରିବା ଫଳରେ ପିଲାଙ୍କର କେଉଁ ପୋଷଣ ଅଭାବ ଅଛି ସେ ବିଷୟରେ ଜାଣି ହୋଇଥାଏ । ସେହିଭଳି ଏଥିରେ ଅନ୍ୟ କଥାକୁ ମଧ୍ୟ ଟ୍ରାକରେ ରଖାଯାଇଥାଏ ।


