ପ୍ରଭାବହୀନ ହେଲା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ଆଜିଠାରୁ ଗଡ଼ିଲା ଘରୋଇ ବସ
ଭୁବନେଶ୍ୱର : ରାଜ୍ୟରେ ୪ଦିନ ପରେ ସ୍ୱାଭାବିକ ହୋଇଛି ଘରୋଇ ବସ୍ ଚଳାଚଳ । ଘରୋଇ ବସ ମାଲିକ ସଂଘର ନିଷ୍ପତି ଅନୁସାରେ ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍ । ଗତକାଲି ବସ ଚଳାଚଳ ନେଇ ସୂଚନା ଦେଇଥିଲେ ଘରୋଇ ବସ ମାଲିକ ସଂଘ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନେଇଛି ନିଷ୍ପତ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ ଓ ପ୍ରଶାସନର ସହାୟତା ନିଆଯିବ। ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଆଜି […]
ଭୁବନେଶ୍ୱର : ରାଜ୍ୟରେ ୪ଦିନ ପରେ ସ୍ୱାଭାବିକ ହୋଇଛି ଘରୋଇ ବସ୍ ଚଳାଚଳ । ଘରୋଇ ବସ ମାଲିକ ସଂଘର ନିଷ୍ପତି ଅନୁସାରେ ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍ । ଗତକାଲି ବସ ଚଳାଚଳ ନେଇ ସୂଚନା ଦେଇଥିଲେ ଘରୋଇ ବସ ମାଲିକ ସଂଘ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନେଇଛି ନିଷ୍ପତ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ ଓ ପ୍ରଶାସନର ସହାୟତା ନିଆଯିବ।
ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଆଜି ଗନ୍ତବ୍ୟ ସ୍ଥଳକୁ ଗଡିଛି ଘରୋଇ ବସ୍ । ୭ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ଗଡୁନଥିଲା ବସ୍ । ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପାଇଁ ଦାବି ହୋଇଛି। ଡ୍ରାଇଭର ମହାସଂଘ ଜିଦଖୋର ମନୋଭାବରୁ ନିବୃତ ରହିବାକୁ କଟକ ବସ ମାଲିକ ସଂଘ ନିବେଦନ କରିଛି। ଯଦି ସରକାର ଡ୍ରାଇଭର ମହାସଂଘର ଦାବିକୁ କିଛିଟା ମାନି ନେଇଛନ୍ତି ତାହେଲେ ସେମାନଙ୍କୁ ଲେଖି କରି ଦେବାରେ ଅସୁବିଧା କେଉଁଠି ରହିଛି। ଏହାସହିତ ଆମେ ବସଚଳାଚଳା କାଁ ଭାଁ ଜାରି ରଖିଥିଲୁ। କିନ୍ତୁ ବାଟରେ ଆମ ଗାଡ଼ିକୁ ଅଟକାଇ କେତେକ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏହି କ୍ଷତିର ଭରଣା କରିବ କିଏ ? ଏ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ଯ ବସ ମାଲିକ ସଂଘ । ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଛି ଘରୋଇ ବସ୍ ମାଲିକ ସଂଘ। ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା ।
ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଟ୍ରକ୍ ପରିବହନ ବନ୍ଦ ରହିଛି। ବିଭିନ୍ନ ସ୍ଥାନରୁ ଆସି ପାରୁନି ଜିନିଷପତ୍ର। ଆନ୍ଦୋଳନ ଯୋଗୁ ଗଡ଼ୁନି ଟ୍ରକ।ଏନେଇ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି, ସମସ୍ତ ଡ୍ରାଇଭର ଧର୍ମଘଟରେ ଅଛନ୍ତି। ତେଣୁ ମାଲିକମାନେ ନିରୁପାୟ।




