ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ର ମୃତ

ଭଦ୍ରକ : ରାସ୍ତା କାମପାଇଁ ଲଗାଯାଇଥିବା ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ I ଖେଳଛୁଟିବେଳେ ଛାତ୍ର ଜଣଙ୍କ ଅଘଟଣାର ଶିକାର ହୋଇଛନ୍ତି I ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ I ମୃତ ଛତ୍ର ଜଣକ ହେଉଛନ୍ତି ଉଚ୍ଚପଦା ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ Iସ୍କୁଲ ନିକଟରେ ରାସ୍ତାକାମ ଚାଲୁଥିବାରୁ ସ୍କୁଲ ନିକଟରେ ଫଳକଟି ରଖାଯାଇଥିଲା I ଆଜି ଖାଇବା […]

Samaya Live Picture
Published On

ଭଦ୍ରକ : ରାସ୍ତା କାମପାଇଁ ଲଗାଯାଇଥିବା ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ I ଖେଳଛୁଟିବେଳେ ଛାତ୍ର ଜଣଙ୍କ ଅଘଟଣାର ଶିକାର ହୋଇଛନ୍ତି I ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ I ମୃତ ଛତ୍ର ଜଣକ ହେଉଛନ୍ତି ଉଚ୍ଚପଦା ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ Iସ୍କୁଲ ନିକଟରେ ରାସ୍ତାକାମ ଚାଲୁଥିବାରୁ ସ୍କୁଲ ନିକଟରେ ଫଳକଟି ରଖାଯାଇଥିଲା I

ଆଜି ଖାଇବା ଛୁଟି ସମୟରେ ଛାତ୍ର ଜଣକ ବାହାରେ ଆସି ବୁଲାବୁଲି କରୁଥିବା ବେଳେ ଏହି ଅଘଟଣ ଘଟିଥିଲା I ତାଙ୍କୁ ପ୍ରଥମେ ଅସୁରାଳି ପ୍ରାଥମିକ ଚିକିତ୍ସାଳୟ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା I ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ହୋଇ ଥିବା ସୂଚନା ମିଳିଛି । ଛାତ୍ରଙ୍କ ମୃତ୍ୟୁ ପରେ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଶୋକର ଛାୟା ଖେଳି ଯାଇଛି I

Tags: