ବିଜୁ ପଟ୍ଟନାୟକ ଏରୋସ୍ପେସ୍ ଏକାଡେମୀ ପ୍ରତିଷ୍ଠା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ରାଜ୍ୟରେ ବିଜୁ ପଟ୍ଟନାୟକ ଏରୋସ୍ପେସ୍ ଏକାଡେମୀ ପ୍ରତିଷ୍ଠା ପାଇଁ ଆରମ୍ଭ ହେଲା ବିଧିବଦ୍ଧ ପ୍ରକ୍ରିୟା । ଢେଙ୍କାନାଳ ସ୍ଥିତ ବୀରସାଲ ଏୟାରଷ୍ଟ୍ରିପ୍ ଠାରେ ହେବ ବିଜୁ ପଟ୍ଟନାୟକ ଏରୋସ୍ପେସ୍ ଏକାଡେମୀ I ଏଥିପାଇଁ ଖୁବ୍ ଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ। ଏକାଡେମୀ ପ୍ରତିଷ୍ଠା ହେଲେ ଏଥିରେ ଅଧିକ ସଂଖ୍ୟକ ଓଡ଼ିଆ ପିଲା ବିଶେଷକରି ଝିଅଙ୍କୁ ନାମଲେଖା ପାଇଁ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦିଆଯିବ I ଝଡ଼ର ଇଗଲ୍ ତଥା […]
ଭୁବନେଶ୍ୱର: ରାଜ୍ୟରେ ବିଜୁ ପଟ୍ଟନାୟକ ଏରୋସ୍ପେସ୍ ଏକାଡେମୀ ପ୍ରତିଷ୍ଠା ପାଇଁ ଆରମ୍ଭ ହେଲା ବିଧିବଦ୍ଧ ପ୍ରକ୍ରିୟା । ଢେଙ୍କାନାଳ ସ୍ଥିତ ବୀରସାଲ ଏୟାରଷ୍ଟ୍ରିପ୍ ଠାରେ ହେବ ବିଜୁ ପଟ୍ଟନାୟକ ଏରୋସ୍ପେସ୍ ଏକାଡେମୀ I ଏଥିପାଇଁ ଖୁବ୍ ଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ। ଏକାଡେମୀ ପ୍ରତିଷ୍ଠା ହେଲେ ଏଥିରେ ଅଧିକ ସଂଖ୍ୟକ ଓଡ଼ିଆ ପିଲା ବିଶେଷକରି ଝିଅଙ୍କୁ ନାମଲେଖା ପାଇଁ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦିଆଯିବ I
ଝଡ଼ର ଇଗଲ୍ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ବୀରସାଲ ଏୟାରଷ୍ଟ୍ରିପ୍ରେ ଏରୋସ୍ପେସ୍ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଯୋଜନା ହୋଇଛି। ଏଠାରେ ଏବେ ସରକାରୀ ବିମାନ ପ୍ରଶିକ୍ଷଣ ଅନୁଷ୍ଠାନ (ଗତି)ର ଏୟାରବେସ୍ ସ୍ଥାପନ କରାଯାଇ ଛାତ୍ରଛାତ୍ରୀଙ୍କୁ ବିମାନ ଚାଳନା ପ୍ରଶିକ୍ଷଣ ଦିଆଯାଉଛି। ତେବେ ଏହି କ୍ଷେତ୍ରକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ନେଇଛନ୍ତି। ସେଠାରେ ବିମାନ ଚାଳନା ଠାରୁ ଆରମ୍ଭ କରି ଏରୋନଟିକାଲ ଇଞ୍ଜିନିୟରିଂ, ଏୟାର ହୋଷ୍ଟେସ୍, ଏରୋ ସାଟେଲାଇଟ୍ ଆଦି ପାଠ୍ୟକ୍ରମ ଆରମ୍ଭ କରାଯିବ। କୌଣସି ଖ୍ୟତାନାମା ଅବା ବିଶ୍ୱସ୍ତରୀୟ ଅନୁଷ୍ଠାନକୁ ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ମିଳିବ। ଏଠାରୁ ଶିକ୍ଷା ଗ୍ରହଣ ପରେ ଛାତ୍ରଛାତ୍ରୀମାନେ ଓଡ଼ିଶା ସମେତ ଦେଶ ବିଦେଶରେ ବିମାନ ଚଳାଚଳ କ୍ଷେତ୍ରରେ କର୍ମନିଯୁକ୍ତି ପାଇବେ।
ଏଠାରୁ ବର୍ଷକୁ ୫୦୦ ପାଇଲଟ୍ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଛି। ଏହାର ପରିଚାଳନା ଭାର ଖ୍ୟାତି ସମ୍ପନ୍ନ ସଂସ୍ଥା ଉପରେ ନ୍ୟସ୍ତ କରାଯିବ। ବିରାସାଲ ଏୟାରଷ୍ଟ୍ରିପ୍ର ସମ୍ପ୍ରସାରଣ ପାଇଁ ୧୮୭.୭୭ ଏକର ଜମି ଚିହ୍ନଟ କରାଯାଇଛି। ଜମି ଅଧିଗ୍ରହଣ ପରେ ସେଠାରେ ଏକାଡେମିକ୍ ବ୍ଲକ, ପ୍ରଶାସନିକ କୋଠା, ଶ୍ରେଣୀ ଗୃହ, ହଷ୍ଟେଲ ଆଦି ନିର୍ମାଣ କରାଯିବ। ସରକାରୀ ଘରୋଇ ଭାଗିଦାରୀରେ ଏହି ପ୍ରକଳ୍ପ ପରିଚାଳିତ ହେବ।
ଏକାଡେମୀର ମ୍ୟାପ୍ ଏବଂ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକ ସଂସ୍ଥା ନିଯୁକ୍ତ କରାଯିବ। ସଂସ୍ଥା ଚୟନ ପାଇଁ ଇଡ୍କୋ ଟେଣ୍ଡର ଆହ୍ୱାନ କରିବ। ଏହାର ରିପୋର୍ଟ ଆଧାରରେ ଏକାଡେମୀ ନିମନ୍ତେ ଭିତ୍ତିଭୂମି ନିର୍ମାଣ କରାଯିବ। ଏକାଡେମୀ ପରିସରରେ ଏକ ଡ୍ରୋନ୍ ସ୍କୁଲ ପ୍ରତିଷ୍ଠା କରାଯିବ। ବିଜୁ ପଟ୍ଟନାୟକ ଏରୋସ୍ପେଶ୍ ଏକାଡେମୀ ପ୍ରତିଷ୍ଠା ପାଇଁ ୫୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।




