ଗଞ୍ଜେଇ ମୁକ୍ତ ହେବ ରାଜ୍ୟ – ମନ୍ତ୍ରୀ
ଭୁବନେଶ୍ୱର : ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ । ଏନେଇ ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ସେ କହିଛନ୍ତି ରାଜ୍ୟରେ ବିଭିନ୍ନ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଦଲାଲ ମାନେ ଚୋରା ଗଞ୍ଜେଇ ବ୍ୟବସାୟ କରି ଚାଲିଛନ୍ତି । ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଆଗାମୀ ଦିନ ଗୁଡିକରେ ଜନଜାତିର ଗରିବ ଲୋକଙ୍କୁ […]
ଭୁବନେଶ୍ୱର : ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ । ଏନେଇ ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ସେ କହିଛନ୍ତି ରାଜ୍ୟରେ ବିଭିନ୍ନ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଦଲାଲ ମାନେ ଚୋରା ଗଞ୍ଜେଇ ବ୍ୟବସାୟ କରି ଚାଲିଛନ୍ତି । ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଆଗାମୀ ଦିନ ଗୁଡିକରେ ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି ସରକାର ତାଙ୍କ ଉପରେ ନଜର ରଖାଯାଇଛି । ପୋଲିସ ବିଭାଗ ସହିତ ଆଲୋଚନା କରାଯାଇ ଜନଜାତିଙ୍କ ପାଇଁ କଣ ବିକଳ୍ପ ବ୍ୟବସ୍ଥା ହୋଇପାରିବ ସେ ନେଇ ଆଲୋଚନା ଚାଲିଛି I ସେମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରାଇବା ଓ ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।




