ପୁରୁଣା ଗାଡିରେ ବି ବାଧ୍ୟତାମୂଳକ ନୂଆ ନମ୍ବର ପ୍ଲେଟ୍‌

ଭୁବନେଶ୍ୱର: ମଇ ୨୮: ଏବେ ଆଉ ଚଳିବନି ପୁରୁଣା ନମ୍ବର ପେPଟ୍‌ । ଏଣିକି ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍‌ ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍‌ ବ୍ୟବହାର ହେଉଥିବା ବେଳେ ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡି ଗୁଡିକରେ ପୁରୁଣା ନମ୍ବର ପ୍ଲେଟ୍‌ ରହିଛି । କି;ୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍‌ ଚଳିବ ନାହିଁ । ନୂଆ ନମ୍ବର ପ୍ଲେଟ୍‌ […]

Samaya Live Picture
Published On

ଭୁବନେଶ୍ୱର: ମଇ ୨୮: ଏବେ ଆଉ ଚଳିବନି ପୁରୁଣା ନମ୍ବର ପେPଟ୍‌ । ଏଣିକି ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍‌ ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍‌ ବ୍ୟବହାର ହେଉଥିବା ବେଳେ ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡି ଗୁଡିକରେ ପୁରୁଣା ନମ୍ବର ପ୍ଲେଟ୍‌ ରହିଛି । କି;ୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍‌ ଚଳିବ ନାହିଁ । ନୂଆ ନମ୍ବର ପ୍ଲେଟ୍‌ ବ୍ୟବହାରକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ଏହି ନୂଆ ନମ୍ବର ପ୍ଲେଟ୍‌ ଲଗାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ଆଇନ୍‌ ଉଲଂଘନ କଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯୋଗାଇବା ପାଇଁ ଓଡ଼ିଶା ଲାଗି ୪ଟି ସ୍ୱୀକୃତିପ୍ରାପ୍ତ ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍‌ ମଧ୍ୟ କରାଯାଇଛି ।