ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର : ଏକାମ୍ର କାନନରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ପୁଷ୍ପ ପ୍ରଦର୍ଶନୀ । ନାନା ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି ଏକାମ୍ର କାନନ । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ । ୪ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏ ନେଇ ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର : ଏକାମ୍ର କାନନରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ପୁଷ୍ପ ପ୍ରଦର୍ଶନୀ । ନାନା ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି ଏକାମ୍ର କାନନ ।
କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ । ୪ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସିଙ୍ଗାପୁର ରାଷ୍ଟ୍ରପତି ଏବଂ ବୈଦେଶୀକ ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।
ପ୍ରବାସୀ ଭାରତୀୟ ଦିବସ ପାଳିବାକୁ ଭୁବନେଶ୍ୱର ଆସୁଥିବା ଏନଆରଆଇଙ୍କ ପାଇଁ ଘର ଆଗ ସଫା ରଖିବାକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରବାସୀମାନେ ରାଜଧାନୀର ବିଭିନ୍ନ ମନ୍ଦିର ଓ ପାର୍କ ବୁଲିବେ । ମନ୍ଦିର ପରିସା ସଫା କରିବା ସହ ପାର୍କ ମଧ୍ୟ ସଜାଯାଇଥିବା ସେ କହିଛନ୍ତି




