ଯାତ୍ରାରେ ଅଶ୍ଳୀଳତା ରୋକିବା ପାଇଁ ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର:ଯାତ୍ରାରେ ଅଶ୍ଳୀଳତା ରୋକିବା ସହ ପଶୁମାନଙ୍କ ଉପରେ ପେଣ୍ଡାଲରେ ନୃଶଂସତା ବିରୋଧରେ ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର।ଏ ନେଇ ସଂସ୍କୃତି ବିଭାଗ ଯାତ୍ରାର ସମସ୍ତ ଅଂଶୀଦାର ଯେପରି କଳାକାର ଓ ମାଲିକଙ୍କ ସହ ଆଲୋଚନା ଚାଲିଛି। ଭାରତୀୟ ନ୍ୟାୟ ସଂହିତାରେ ଏ ନେଇ ଯାହା ଦଣ୍ଡବିଧାନ ଅଛି, ତାହା ବି ମାର୍ଗଦର୍ଶିକାରେ ଉଲ୍ଲେଖ ରହିବ। ଆଇନ ମନ୍ତ୍ରୀ ବି କହିଛନ୍ତି ଯେ ଏ ଦିଗରେ ଆଇନ ଆସିବ। ନିକଟରେ ଯାତ୍ରାରେ ଅଶ୍ଳୀଳତା ରୋକିବା ସହ ପଶୁମାନଙ୍କ ଉପରେ […]

Samaya Live Picture
Published On

ଭୁବନେଶ୍ୱର:ଯାତ୍ରାରେ ଅଶ୍ଳୀଳତା ରୋକିବା ସହ ପଶୁମାନଙ୍କ ଉପରେ ପେଣ୍ଡାଲରେ ନୃଶଂସତା ବିରୋଧରେ ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର।ଏ ନେଇ ସଂସ୍କୃତି ବିଭାଗ ଯାତ୍ରାର ସମସ୍ତ ଅଂଶୀଦାର ଯେପରି କଳାକାର ଓ ମାଲିକଙ୍କ ସହ ଆଲୋଚନା ଚାଲିଛି। ଭାରତୀୟ ନ୍ୟାୟ ସଂହିତାରେ ଏ ନେଇ ଯାହା ଦଣ୍ଡବିଧାନ ଅଛି, ତାହା ବି ମାର୍ଗଦର୍ଶିକାରେ ଉଲ୍ଲେଖ ରହିବ। ଆଇନ ମନ୍ତ୍ରୀ ବି କହିଛନ୍ତି ଯେ ଏ ଦିଗରେ ଆଇନ ଆସିବ।

ନିକଟରେ ଯାତ୍ରାରେ ଅଶ୍ଳୀଳତା ରୋକିବା ସହ ପଶୁମାନଙ୍କ ଉପରେ ପେଣ୍ଡାଲରେ ନୃଶଂସତାକୁ ବିଧାନସଭାରେ ଆଲୋଚନା ହୋଇଥିଲା। ବିଜେପି ବିଧାୟକ ବାବୁ ସିଂହ ଏହାକୁ ଉପସ୍ଥାପନ କରିଥିଲେ। ଗଞ୍ଜାମରେ ଏକ ଯାତ୍ରା ପେଣ୍ଡାଲରେ ଜଣେ କଳାକାର ଜିଅନ୍ତା ଘୁଷୁରୀ ଖାଉଥିବାର ଚିତ୍ର ଭାଇରଲ ହୋଇଥିଲା ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Tags: