୩ ମାସ ମଧ୍ୟରେ ରାଜ୍ୟ ସରକାର ଆଣିବେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି
ଭୁବନେଶ୍ବର :୨ ବର୍ଷ ମଧ୍ୟରେ ତୁଟିବ ଜଗନ୍ନାଥ ଜମି ବିବାଦ । ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡ଼ିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ । ଏହାକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଦିଆଯିବ ବୋଲି ବିଧାନସଭା ପ୍ରଶ୍ନକାଳରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କୋରାପୁଟ ଜିଲ୍ଲାରେ […]
ଭୁବନେଶ୍ବର :୨ ବର୍ଷ ମଧ୍ୟରେ ତୁଟିବ ଜଗନ୍ନାଥ ଜମି ବିବାଦ । ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡ଼ିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ । ଏହାକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଦିଆଯିବ ବୋଲି ବିଧାନସଭା ପ୍ରଶ୍ନକାଳରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କୋରାପୁଟ ଜିଲ୍ଲାରେ ଯେଉଁଠି ଜମି ଜବର ଦାଖଲ ହୋଇଥିଲା ତାକୁ ଜବରଦଖଲ ମୁକ୍ତ କରାଯାଇଛି ଇ ସେଠାରେ ପ୍ରାୟ ୨୭ ହାଜର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି । ୨୪ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ୩୮ ହଜାର ୬୧ ଏକର ଜମିର ସଂଶୋଧିତ ଶତ୍ୱଲିପି ରାଜ୍ୟ ସରକାରଙ୍କ ନିକଟରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ଆର୍ଓଆର୍ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି ।




