ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା

ଭୁବନେଶ୍ୱର : ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର । ସେପ୍ଟେମ୍ବର ମାସରେ ନିଯୁକ୍ତି ମେଳା ଆୟୋଜନ କରି ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ । ଏହାଛଡ଼ା ଖାଲି ପଡ଼ିଥିବା ପଦବୀ ଗୁଡିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେମ୍ବର ମାସରେ ନିଯୁକ୍ତି ମେଳାରେ ବିଭିନ୍ନ ବର୍ଗର ପଦବୀ ଗୁଡିକ ନିମନ୍ତେ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି […]

Samaya Live Picture
Published On

ଭୁବନେଶ୍ୱର : ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର । ସେପ୍ଟେମ୍ବର ମାସରେ ନିଯୁକ୍ତି ମେଳା ଆୟୋଜନ କରି ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ । ଏହାଛଡ଼ା ଖାଲି ପଡ଼ିଥିବା ପଦବୀ ଗୁଡିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେମ୍ବର ମାସରେ ନିଯୁକ୍ତି ମେଳାରେ ବିଭିନ୍ନ ବର୍ଗର ପଦବୀ ଗୁଡିକ ନିମନ୍ତେ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବା ନେଇ ନିଷ୍ପତି ହୋଇଛି। ପ୍ରଥମ ନିଯୁକ୍ତି ମେଳାରେ ନିକଟରେ ବିଜ୍ଞପ୍ତି ପାଇଥିବା ୧୮ ହଜାର କନିଷ୍ଠ ଶିକ୍ଷକଙ୍କ ସହ ଅନ୍ୟ ବିଭାଗର ମୋଟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବ । ଖାଲି ଥିବା ପଦବୀ ସ୍ଥାନରେ ନିଯୁକ୍ତି ଦେବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। କମିଟିର ଅନୁମୋଦନ ପରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ପତ୍ର ବାଣ୍ଟିବେ ସରକାର।

ରାଜ୍ୟରେ ୩ ଲକ୍ଷ ୯୯ ହଜାର ୬୬୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ ଟି ପଦବୀ ସରକାର ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କ୍ଷମତାପ୍ରାପ୍ତ କମିଟି ୯୨ ହଜାର ୨୦୩ ଟି ପଦବୀକୁ ମଞ୍ଜୁର କରିଛନ୍ତି । ୭୮ ହଜାର ୯୧୯ଟି ପଦବୀ ପୂରଣ ପାଇଁ ପଦକ୍ଷେପ ନେଇ ପରୀକ୍ଷୀ କରିବାକୁ ବିଭିନ୍ନ ବିଭାଗ ଓ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

Tags: