ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକଲେ ରାଜ୍ୟସରକାର

ଭୁବନେଶ୍ୱର : ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଏହା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାସହ ପେନଶନ ଭୋଗିଙ୍କ TI ମଧ୍ୟ ୨ ପ୍ରତିଶତ ବୃଦ୍ଧି ହୋଇଛି । ଏହା ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁହେବ । ସେହିପରି ବର୍ଦ୍ଧିତ ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କ ଏପ୍ରିଲ ମାସ ଦରମାରେ ଲାଗୁକରାଯିବ ବୋଲି ସୂଚନା […]

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକଲେ ରାଜ୍ୟସରକାର
Samaya Live Picture
Published On

ଭୁବନେଶ୍ୱର : ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଏହା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାସହ ପେନଶନ ଭୋଗିଙ୍କ TI ମଧ୍ୟ ୨ ପ୍ରତିଶତ ବୃଦ୍ଧି ହୋଇଛି । ଏହା ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁହେବ । ସେହିପରି ବର୍ଦ୍ଧିତ ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କ ଏପ୍ରିଲ ମାସ ଦରମାରେ ଲାଗୁକରାଯିବ ବୋଲି ସୂଚନା ମିଳିଛି । ଏଥିଯୋଗୁଁ ବର୍ତ୍ତମାନ ରାଜ୍ୟରେ ୮ ଲକ୍ଷ ସରକାରୀ କର୍ମଚାରୀଙ୍କ ସହ ପେନସନ ଭୋଗୀ ଉପକୃତ ହେବେ । ଏହା ପୂର୍ବରୁ ଅକ୍ଟୋବର ୨୦୨୪ ରେ ଭତ୍ତା ବୃଦ୍ଧି କରିଥିଲେ ରାଜ୍ୟ ସରକାର ଏଥିରେ ରାଜ୍ୟରେ ସାଢେ ୭ ଲକ୍ଷ କର୍ମଚାରୀ ଉପକୃତ ହୋଇଥିଲେ ।

Tags: