ଡିସେମ୍ବର ୩୧ ଯାଏଁ ଇ-କେୱାଇସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାରଯୁକ୍ତ e-KYC ଅବଧିକୁ ଆଉ ଦୁଇ ମାସ ବୃଦ୍ଧି କଲେ ସରକାର । ଏହି ଅବଧି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି କାରଣରୁ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ […]

ଡିସେମ୍ବର ୩୧ ଯାଏଁ ଇ-କେୱାଇସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର
Samaya Live Picture
Published On

ଭୁବନେଶ୍ୱର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାରଯୁକ୍ତ e-KYC ଅବଧିକୁ ଆଉ ଦୁଇ ମାସ ବୃଦ୍ଧି କଲେ ସରକାର । ଏହି ଅବଧି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି କାରଣରୁ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ହିତାଧିକାରୀଙ୍କୁ ରାସନ ଚାଉଳ ଯୋଗାଣ ପୂର୍ବଭଳି ଜାରି ରହିବ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ e-KYC କରି ନ ଥିବା ହିତାଧିକାରୀଙ୍କ ଚାଉଳ ଯୋଗାଣ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡଧାରୀମାନେ ପୂର୍ବଭଳି ନିଜ କୋଟାର ଚାଉଳ ଉଠାଇ ପାରିବେ।

ଚଳିତ ମାସ ୧୫ ତାରିଖରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷ ସୁଦ୍ଧା e-KYC କରି ନ ଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। କିନ୍ତୁ ଏହି ଅବଧି ପୁଣି ଥରେ ବୃଦ୍ଧି ପରେ ହିତାଧିକାରୀମାନଙ୍କୁ ସମୟ ମିଳିଛି।

Tags: