ଶିଶୁ କର୍କଟ ଚିକିତ୍ସା ସହାୟତା ପାଇଁ ହୋମିଭାବା କ୍ୟାନସର୍‌ ହସ୍‌ପିଟାଲ୍‌କୁ ରାଜ୍ୟ ସରକାରଙ୍କ ସହାୟତା

ଭୁବନେଶ୍ୱର : କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସବୁଠୁ ବଡ଼ ପଦକ୍ଷେପ ନିଆଯାଇଛି। ହୋମିଭାବା କ୍ୟାନସର୍‌ ହସ୍‌ପିଟାଲ୍‌ ଏବଂ ରିସର୍ଚ୍ଚ ଜଟଣୀ ନିକଟରେ ଦୁଇ ଲକ୍ଷ ବର୍ଗଫୁଟ ପରିମିତ ଅଞ୍ଚଳରେ ଦୁଇଟି ଧର୍ମଶାଳା ତଥା ଗେଷ୍ଟହାଉସ୍‌ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଂଜୁରୀ ପ୍ରଦାନ କରିଛନ୍ତି । ଟାଟା ମେମୋରିଆଲ୍‌ କ୍ୟାନସର୍‌ ସେଣ୍ଟର ସହ ପରାମର୍ଶ କରି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ […]

Samaya Live Picture
Published On

ଭୁବନେଶ୍ୱର : କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସବୁଠୁ ବଡ଼ ପଦକ୍ଷେପ ନିଆଯାଇଛି। ହୋମିଭାବା କ୍ୟାନସର୍‌ ହସ୍‌ପିଟାଲ୍‌ ଏବଂ ରିସର୍ଚ୍ଚ ଜଟଣୀ ନିକଟରେ ଦୁଇ ଲକ୍ଷ ବର୍ଗଫୁଟ ପରିମିତ ଅଞ୍ଚଳରେ ଦୁଇଟି ଧର୍ମଶାଳା ତଥା ଗେଷ୍ଟହାଉସ୍‌ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଂଜୁରୀ ପ୍ରଦାନ କରିଛନ୍ତି । ଟାଟା ମେମୋରିଆଲ୍‌ କ୍ୟାନସର୍‌ ସେଣ୍ଟର ସହ ପରାମର୍ଶ କରି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ୧୨୦ କୋଟି ବିନିଯୋଗ କରି ଏହି ନିର୍ମାଣ କାର୍ଯ୍ୟ କରିବ ।
ଅତ୍ୟାଧୁନିକ ଶିଶୁ କ୍ୟାନ୍‌ସର ଚିକିତ୍ସା ନିମନ୍ତେ ବିଲ୍‌ଡିଂ ନିର୍ମାଣ ପାଇଁ ରାଜ୍ୟ ସରକାର ୮୦ କୋଟି ଟଙ୍କା ଏବଂ ଆବଶ୍ୟକ ଉପକରଣ ପାଇଁ ୭୦ କୋଟି ଟଙ୍କା ଏହିପରି ମୋଟ ୧୫୦ କୋଟି ଟଙ୍କା ଯୋଗାଇଦେବେ । ଏହି କାର୍ଯ୍ୟ ପାଇଁ ଅର୍ଥରାଶି ଟାଟା ମେମୋରିଆଲ୍‌ କେନ୍ଦ୍ର (ଟିଏମ୍‌ସି)କୁ ପ୍ରଦାନ କରାଯିବ । ସେହିପରି ଦୁଇ ବ୍ଲକ ବିଶିଷ୍ଟ ଧର୍ମଶାଳା ନିର୍ମାଣରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

Tags: