ଆଜି ରାଜ୍ୟ କ୍ୟାବିନେଟ୍: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ୱର : ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ବହୁ ଗୁରୁ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପାରିତ ହେବାର ସମ୍ଭାବନା ରହିଛି । ତେବେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବକୁ ଅନୁ ମୋଦନ ମିଳିପାରେ। କ୍ୟାବିନେଟ୍‌ର ଏଜେଣ୍ଡା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ସୂଚନା […]

Samaya Live Picture
Published On

ଭୁବନେଶ୍ୱର : ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ବହୁ ଗୁରୁ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପାରିତ ହେବାର ସମ୍ଭାବନା ରହିଛି ।

ତେବେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବକୁ ଅନୁ ମୋଦନ ମିଳିପାରେ। କ୍ୟାବିନେଟ୍‌ର ଏଜେଣ୍ଡା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳି ନାହିଁ।

ସୂଚନା ଅନୁଯାୟୀ, ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କୃଷି ଓ କୃଷକଙ୍କୁ କିଭଳି ଅଧିକ ସଶକ୍ତୀକରଣ କରାଯାଇ ପାରିବ ତାକୁ ନେଇ ବିଭାଗ ପକ୍ଷରୁ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ଏହାସହିତ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଜଳସମ୍ପଦ ବିଭାଗ ପକ୍ଷରୁ କେତେକ ନିଲାମ ଅଣାଯିବାକୁ ରହିଥିବାବେଳେ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତାବମାନ ଆସିବ। ଏହାସହିତ କେତେକ ବିଭାଗର କ୍ୟାଡର ସଂଶୋଧନ ସରକାର ଆଣିବାକୁ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି

Tags: