ରାଜ୍ୟ ବିଜେପି ପଦାଧିକାରୀ ବୈଠକ
ପୁରୀ : ଶୁକ୍ରବାର ପୁରୀରେ ଅନୁଷ୍ଠିତ ହେବ ବିଜେପିର ପଦାଧିକାରୀ ବୈଠକ I ପୁରୀ ବଳିଆପଣ୍ଡାରେ ଆୟୋଜିତ ପଦାଧିକାରୀ କାର୍ଯ୍ୟକାରିଣୀକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଆଜି ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ । ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ଜେ.ପି. ନଡ୍ଡା । ୧୯ ଏବଂ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୈଠକ । ରାଜ୍ୟ ସଭାପତି ମନମୋହନ […]
ପୁରୀ : ଶୁକ୍ରବାର ପୁରୀରେ ଅନୁଷ୍ଠିତ ହେବ ବିଜେପିର ପଦାଧିକାରୀ ବୈଠକ I ପୁରୀ ବଳିଆପଣ୍ଡାରେ ଆୟୋଜିତ ପଦାଧିକାରୀ କାର୍ଯ୍ୟକାରିଣୀକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଆଜି ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ । ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ଜେ.ପି. ନଡ୍ଡା । ୧୯ ଏବଂ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସମସ୍ତ ମୋର୍ଚ୍ଚାର ସଭାପତି ଉପସ୍ଥିତ ଅଛନ୍ତି ।
ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଉକ୍ତ ବୈଠକରେ ରାଜ୍ୟ ଭାଜପାର ସମସ୍ତ ପଦାଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ସଂଗଠନ ସା. ସମ୍ପାଦକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଅଛନ୍ତି।




