ଜୁଲାଇ ୮ ରେ ରାଜ୍ୟ ବିଜେପି ମଙ୍ଗ ଧରିବେ ନୂଆ ସଭାପତି
ଭୁବନେଶ୍ୱର : ଜୁଲାଇ ୮ରେ ରାଜ୍ୟ ବିଜେପିକୁ ମିଳିଯିବ ନୂଆ ମଙ୍ଗୁଆଳ। ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦସ୍ତଖତରେ ବିଜ୍ଞପ୍ତି ଜାରି ହୋଇଛି। ଜୁଲାଇ ୬ରେ ଅନ୍ତରୀଣ ମତଦାତା ସୂଚୀ, ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ ଏବଂ ୮ରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ। ୬ ତାରିଖ ପୂର୍ବାହ୍ଣ ୧୧ଟାରେ ଅନ୍ତରୀଣ […]
ଭୁବନେଶ୍ୱର : ଜୁଲାଇ ୮ରେ ରାଜ୍ୟ ବିଜେପିକୁ ମିଳିଯିବ ନୂଆ ମଙ୍ଗୁଆଳ। ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦସ୍ତଖତରେ ବିଜ୍ଞପ୍ତି ଜାରି ହୋଇଛି। ଜୁଲାଇ ୬ରେ ଅନ୍ତରୀଣ ମତଦାତା ସୂଚୀ, ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ ଏବଂ ୮ରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ।
୬ ତାରିଖ ପୂର୍ବାହ୍ଣ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇବ। ସେହିଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ସୁଦ୍ଧା ମତଦାତାଙ୍କ ସୂଚୀ ଉପରେ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଯାଞ୍ଚ କରାଯିବା ପରେ ଅପରାହ୍ଣ ୨ରୁ ସନ୍ଧ୍ୟା ୫ ମଧ୍ୟରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇବ। ୭ ତାରିଖ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୨ ସୁଦ୍ଧା ଉପରୋକ୍ତ ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯିବ। ମଧ୍ୟାହ୍ନ ୨ରୁ ଅପରାହ୍ଣ ୩ ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ଣ ୪ ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ ହେବ। ଆବଶ୍ୟକ ହେଲେ ୮ତାରିଖ ସକାଳ ୯ରୁ ପୂର୍ବାହ୍ଣ ୧୧ ପର୍ଯ୍ୟନ୍ତ ମତଦାନ ହେବ। ପୂର୍ବାହ୍ଣ ୧୧ଟା ୩୦ରୁ ଭୋଟ ଗଣତି କରାଯାଇ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ।
ସଭାପତି ପଦ ଦୋୖଡରେ ଅନେକଙ୍କ ନାମ ଥିବା ବେଳେ, ମନମୋହନକୁ ଆଉ ଥରେ ସଭାପତି ଭାବରେ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ପ୍ରଥମ କରି ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି ।




