୬ସପ୍ତାହ ମଧ୍ୟରେ କରାଯାଉ ଏଏସଓ ଚୟନ,ହାଇକୋର୍ଟ

ଭୁବନେଶ୍ୱର : ୬ ସପ୍ତାହ ମଧ୍ୟରେ କରାଯାଉ ଏଏସଓ ଚୟନ I ଏଏସଓ ପରୀକ୍ଷାରେ ବ୍ୟପାକ ଅନିୟମିତତାକୁ ନେଇ ଏଭଳି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେ ୧୯ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ ଅଦାଲତ ଅବମାନନା ମାମଲା କରିଥିଲେ କିଛି ପରୀକ୍ଷାର୍ଥୀ […]

Samaya Live Picture
Published On

ଭୁବନେଶ୍ୱର : ୬ ସପ୍ତାହ ମଧ୍ୟରେ କରାଯାଉ ଏଏସଓ ଚୟନ I ଏଏସଓ ପରୀକ୍ଷାରେ ବ୍ୟପାକ ଅନିୟମିତତାକୁ ନେଇ ଏଭଳି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେ ୧୯ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ ଅଦାଲତ ଅବମାନନା ମାମଲା କରିଥିଲେ କିଛି ପରୀକ୍ଷାର୍ଥୀ ।

ସୂଚନାନୁସାରେ,୭୯୬ ଏଏସଓ ପଦ ପାଇଁ ୨୦୨୨, ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ଲକ୍ଷ ୪୮ହଜାର ୮୮୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଆରମ୍ଭରୁ ବିବାଦରେ ରହିଥିବା ଏଏସଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ। ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା । ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ୨୦୧୬, ସେପ୍ଟେମ୍ବର ୩ର ବିଜ୍ଞପ୍ତି ଓପିଏସି ପରୀକ୍ଷାଫଳ ପ୍ରକାଶ କରିଥିଲା

ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨, ନଭେମ୍ବର ୭ରେ ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ/ନଥିପତ୍ର ଯାଞ୍ଚ ଓ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ ଟେଷ୍ଟ ପାଇଁ ଡକାଯାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଏଏସଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପଛ ଛାଡି ନଥିଲା। ଏଏସଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି। ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା ।

Tags: