ଶ୍ରୀମୟୀଙ୍କୁ ନିର୍ଯ୍ୟାତନା ଦିଆଯାଇଛି – ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର : ବିଭାଜନ ମୁହାଁ ବିଜେଡି । ହାଟରେ ପଡି ଦାଣ୍ଡରେ ଗଡୁଛି ଦଳୀୟ କନ୍ଦଳ । କେଉଁଠି ନେତା ମାନେ ବିସ୍ଫୋରକ ବୟାନ ଦେଲେଣି ତ କାହାକୁ ଦଳରୁ ନିଲମ୍ବିତ କରାଗଲାଣି । ବର୍ତ୍ତମାନ ସ୍ଥିତି ଏମିତି ହେଲଣି ଯେ କୌଣସି ନୀତିଗତ ନିଷ୍ପତି ନେଇପାରୁନି ଦଳ । ସେହିଭଳି ଆଜି ରାଜ୍ୟସଭା ସାଂସଦ ତଥା କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦେଇଛନ୍ତି ବିସ୍ଫୋରକ ବୟାନ । ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ […]
ଭୁବନେଶ୍ୱର : ବିଭାଜନ ମୁହାଁ ବିଜେଡି । ହାଟରେ ପଡି ଦାଣ୍ଡରେ ଗଡୁଛି ଦଳୀୟ କନ୍ଦଳ । କେଉଁଠି ନେତା ମାନେ ବିସ୍ଫୋରକ ବୟାନ ଦେଲେଣି ତ କାହାକୁ ଦଳରୁ ନିଲମ୍ବିତ କରାଗଲାଣି । ବର୍ତ୍ତମାନ ସ୍ଥିତି ଏମିତି ହେଲଣି ଯେ କୌଣସି ନୀତିଗତ ନିଷ୍ପତି ନେଇପାରୁନି ଦଳ । ସେହିଭଳି ଆଜି ରାଜ୍ୟସଭା ସାଂସଦ ତଥା କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦେଇଛନ୍ତି ବିସ୍ଫୋରକ ବୟାନ । ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ ଦେବାଶିଷ । କହିଲେ ଦଳ ଶ୍ରୀମୟୀଙ୍କୁ ଅଣଦେଖା କରି ନିର୍ଯାତନା ଦେଇଛି । ଶ୍ରୀମୟୀ ଯାହା କହିଛନ୍ତି ଠିକ କହିଛନ୍ତି । ଗଣତାନ୍ତ୍ରିକ ଦଳରେ ସମସ୍ତଙ୍କ କଥା ଶୁଣିବା ଉଚିତ । ଟିକେଟ୍ ଦେବାକୁ କହି ଦଳ ତାଙ୍କୁ ନିର୍ବାଚନ ମଣ୍ଡଳୀ ବୁଲାଇଥିଲା । କିନ୍ତୁ ଦଳ ଶ୍ରୀମୟୀଙ୍କୁ ଟିକେଟ୍ ଦେଲା ନାହିଁ । ଦଳ ଏକ ପ୍ରକାର ତାଙ୍କୁ ନିର୍ଯ୍ୟାତନା ଦେଇଛି । ତେଣୁ ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।
ସେହିପରି ପ୍ରଫୁଲ୍ଲ ମଲ୍ଲିକ ଓ ଭାସ୍କର ରାଓଙ୍କ ସପକ୍ଷରେ ମଧ୍ୟ ବାହାରିଛନ୍ତି । ସେକହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ଏବଂ ଭାସ୍କର ରାଓ ସୁବିଧାବାଦୀ ନେତା ନୁହନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କ ସସ୍ପେଣ୍ଡ ଠିକ ହେଲାନି । ସେ ଦଳର ବରିଷ୍ଠ ନେତା ,ଦଳ ପାଇଁ ଅନେକ କାମ କରିଛନ୍ତି । ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ନେବା ଠିକ ନୁହେଁ ।
ସେହିଭଳି ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । ସମସ୍ତଙ୍କ କଥା ଦଳ ଶୁଣିବା କଥା । ମତେ ଦଳ ଯାହା କୁହେ ମୁଁ ଶୁଣେ । ମୋତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ । ମୁଁ ଦଳରେ ରହିଛି,ଦଳରେ ନଥିବା କଥାକୁ ଖଣ୍ଡନ କଲେ ଦେବାଶିଷ ।
ସେପଟେ ଦେବାଶିଷଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ କ୍ଷମତା ଉପଭୋଗ ପରେ ବୟାନବାଜି କରିବା ଦୁର୍ଭାଗ୍ୟଜନକ । ଦେବାଶିଷ ସାମନ୍ତରାୟ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଦଳରେ କିଏ କଣ କରୁଛି ତାହା ଶୃଙ୍ଖଳା କମିଟି ଦେଖୁଛି । ଏ ବିଷୟରେ ଦଳର ସଭାପତି ମଧ୍ୟ ଅବଗତ ଅଛନ୍ତି । ଦଳ ବିରୋଧରେ ମତ ଦେବା ଉଚିତ ନୁହେଁ I




