ଶ୍ରୀନଅରରେ ସୁନିଆ ପର୍ବ ପାଳିତ

ପୁରୀ : ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରବିବାର ଅବସରରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୭ଅଙ୍କ ଶେଷ ହୋଇଥିବାବେଳେ ରବିବାର ସୁନିଆଠାରୁ ୬୮ ଅଙ୍କ ଏବଂ ୧୪୩୨ ସାଲ ଖୋଦିତ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଛି। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ବର ନୂଆ ଅଙ୍କ ଓ ନୂଆ ସାଲ(ବର୍ଷ) ଆରମ୍ଭ ହୋଇଛି। ଏହି ଅବସରରେ ପାରମ୍ପରିକ ରାଜଗୁରୁମାନେ ଗଜପତି ମହାରାଜଙ୍କୁ […]

Samaya Live Picture
Published On

ପୁରୀ : ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରବିବାର ଅବସରରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୭ଅଙ୍କ ଶେଷ ହୋଇଥିବାବେଳେ ରବିବାର ସୁନିଆଠାରୁ ୬୮ ଅଙ୍କ ଏବଂ ୧୪୩୨ ସାଲ ଖୋଦିତ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଛି। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ବର ନୂଆ ଅଙ୍କ ଓ ନୂଆ ସାଲ(ବର୍ଷ) ଆରମ୍ଭ ହୋଇଛି।

ଏହି ଅବସରରେ ପାରମ୍ପରିକ ରାଜଗୁରୁମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ସିଂହାସନରେ ବିଜେ ପରେ ରାଜ ପରିବାର ଓ ପାରିଷଦ ବର୍ଗ ଗଜପତି ମହାରାଜାଙ୍କ ମଙ୍ଗଳ କାମନା କରିବା ସହ ସୁନିଆଁ ଭେଟି ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀନଅର ଉତ୍ସବମୁଖର ହୋଇଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।

ସୁନିଆ ନୀତି ପାଳନ ଅବସରରେ ମା’ କନକ ଦୁର୍ଗାଙ୍କ ସହ ଶ୍ୟାମାକାଳୀ, ରାଧାକୃଷ୍ଣ, ଶ୍ରୀନୃସିଂହ ଆଦି ଦେବଦେବୀଙ୍କ ଠାରେ ଗଜପତି ମହାରାଜାଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପନ୍ନ ହୋଇଥିଲା। ସୁବର୍ଣ୍ଣ ମୁଦ୍ରାରୁ ପୁରୁଣା ଅଙ୍କକୁ ଲିଭାଯାଇ ନୂଆ ଅଙ୍କ ୬୮ ଉଲ୍ଲେଖ ପୂର୍ବକ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା।

ସୂଚନାନୁସାରେ,ସୁନିଆଁକୁ ଗଜପତି ମହାରାଜାଙ୍କ ନବବର୍ଷ ବୋଲି ଧରାଯାଏ। ଓଡ଼ିଆଙ୍କ ପାଇଁ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ। ଓଡ଼ିଆ ପାଇଁ ଜାତକର ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଗଜପତିଙ୍କ ନାମରେ ଉଲ୍ଲେଖ ହୋଇଥାଏ। ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ। ଏହିଦିନ ଷୋଳ ଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏ ନଡ଼ିଆ ଗଜପତିଙ୍କୁ ଭେଟି ଦେଇ ଆଶୀର୍ବାଦ କରିଥାନ୍ତି ।

Tags: