ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଶ୍ରୀଜୀଉଙ୍କ ସୁନାବେଶ, ଅପରାହ୍ନରେ ବାହୁଡ଼ା ପହଣ୍ଡି

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହେବ । ପହଣ୍ଡି ବିଜେ ପୂର୍ବରୁ ଆଜି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ I ନବଦିନାତ୍ମକ ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମାଉସୀ ଘରେ ଜନ୍ମବେଦୀରେ ରହିବା ଭିତରେ ପ୍ରତିଦିନ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ ପରେ ଏହି ଦର୍ଶନ ହୋଇ ଆସୁଅଛି […]

Samaya Live Picture
Published On

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହେବ । ପହଣ୍ଡି ବିଜେ ପୂର୍ବରୁ ଆଜି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ I ନବଦିନାତ୍ମକ ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମାଉସୀ ଘରେ ଜନ୍ମବେଦୀରେ ରହିବା ଭିତରେ ପ୍ରତିଦିନ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ ପରେ ଏହି ଦର୍ଶନ ହୋଇ ଆସୁଅଛି । ଆଜି ଶ୍ରୀଜିଉମାନେ “ସୁନାବେଶ” ବା “ଦ୍ବାରିକା” ବେଶରେ ଦର୍ଶନ ଦେଇଛନ୍ତି।

କୋହଲା ପାଗ ସତ୍ତ୍ୱେ ବାରିପଦାରେ ଶ୍ରୀବିଗ୍ରହମାନଙ୍କ ଏହି ଦେବଦୁର୍ଲଭ ବେଶ ଦେଖିବା ପାଇଁ ମାଉସୀ ବାଡ଼ି ଶ୍ରୀଶ୍ରୀ ରାଧା ମୋହନ ମନ୍ଦିରରେ ବ୍ୟାପକ ଜନଗହଳି ଦେଖାଯାଇଛି । ଆଜି ପୂର୍ବାହ୍ଣ ୯ଟାରେ ତିନିଦିଅଁଙ୍କର ଦ୍ୱାରିକା ବା ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତିନିଦିଅଁ ରାଧାମୋହନ ମନ୍ଦିର(ମାଉସୀ ମା’ ମନ୍ଦିର) ଆଡପ ମଣ୍ଡପରେ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି। ଭକ୍ତ ଗଣ ଧାଡିରେ ଯାଇ ଦର୍ଶନ କରୁଛନ୍ତି। ଏହା ପରେ ସର୍ବସାଧାରଣଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମ ଜାରି ରହିଛି । ତାପରେ ଅଢ଼େଇଟାରୁ ଅଁଳାଭେଟି, ରଥ ଚକାଛଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ଠାକୁରମାନଙ୍କୁ ଦକ୍ଷିଣ ଦ୍ୱାର ଦେଇ ବାହୁଡ଼ା ପହଣ୍ଡିରେ ନିଆଯାଇ ରଥାରୁଢ଼ କରାଯିବ । ପରମ୍ପରା ଅନୁଯାୟୀ ବାରିପଦାରେ ରଥକୁ ଦକ୍ଷିଣମୋଡକୁ ନବୁଲାଇ, ସିଂହାସନ, ଚାରମାଳ, ଗରୁଡ଼ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଶ୍ରୀମନ୍ଦିର ମୁଖା କରାଯାଇଛି। ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ। ଏହାପରେ ସୁଭଦ୍ରାଙ୍କ ରଥ ଅଧାବାଟ ଅର୍ଥାତ ଟାଉନଥାନା ପର୍ଯ୍ୟନ୍ତ ଟଣାଯିବ। ବୁଧବାର ଅନ୍ତିମ ଦିନରେ ସୁଭଦ୍ରା ରଥ ସହି ବଳଭଦ୍ରଙ୍କ ରଥ ଟଣାଯାଇ ଶ୍ରୀମନ୍ଦିର ପହଞ୍ଚିବ।

ଅନୁରୂପ ସାନ ଜଗନ୍ନାଥ ମହାପ୍ରଭୁଙ୍କର ରୂପା ବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇ ଦିଅଁଙ୍କୁ ରଥାଋଢ଼ କରାଯିବ। ଗୁରୁବାର ପୂର୍ବାହ୍ନରେ ପରମ୍ପରା ଅନୁସାରେ ପିଲାମାନେ ରଥ ଟାଣି ବାହୁଡାଇ ନେବେ।

Tags: