ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର
ପୁରୀ: ଭକ୍ତଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍ କରି ଦର୍ଶନର ସୁଯୋଗ ପାଇବେ । ଖୁବ୍ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଗତକାଲି (ମଙ୍ଗଳବାର) ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସାଂସ୍କୃତିକ ସବ୍ କମିଟି ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ପୁରୀକୁ ଏକ […]
ପୁରୀ: ଭକ୍ତଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍ କରି ଦର୍ଶନର ସୁଯୋଗ ପାଇବେ । ଖୁବ୍ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଗତକାଲି (ମଙ୍ଗଳବାର) ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସାଂସ୍କୃତିକ ସବ୍ କମିଟି ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀକ୍ଷେତ୍ର ପୁରୀକୁ ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ କରିବା ନେଇ ବୈଠକରେ ବିଶେଷ ଆଲୋଚନା ହୋଇଥିଲା । ମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ାର ପୁନଃ ଉନ୍ନତୀକରଣର ପ୍ରସ୍ତାବିତ ଡିଜାଇନ୍ ଓ ମାଷ୍ଟରପ୍ଲାନ୍ର ସମୀକ୍ଷା କରାଯାଇଛି । ଇନ୍ଦ୍ରଦ୍ୟୁମ୍ନ ଓ ନୃସିଂହ ମନ୍ଦିରର ଉନ୍ନତୀକରଣ ନେଇ ମଧ୍ୟ ଆଲୋଚନା କରାଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,”ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତି କରଣ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଶ୍ରୀମାର୍ଗର ଉନ୍ନତି କରଣ, ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରୀମ ସେଣ୍ଟରର ରକ୍ଷଣାବେକ୍ଷଣ ନେଇ ମଧ୍ୟ ଆଲୋଚନା କରାଯାଇଛି । ଯାହାସବୁ କାର୍ଯ୍ୟ ଜାରି ରହିଛି ଆଗାମୀ ଡ଼ିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଓବିସିସି ସୂଚନା ଦେଇଛି ।
ସେହିପରି ସେବାୟତ ପିଲାମାନଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ପାଇଁ ଥିବା ଜମିଜମା ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଓବିସିସି ଏହାର ନିର୍ମାଣ କାର୍ଯ୍ୟ କରିବ । ଶ୍ରୀମନ୍ଦିରର ଅଭ୍ୟର୍ଥନା କେନ୍ଦ୍ର, ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ନିର୍ମାଣ, ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର, ରଘୁ ନନ୍ଦନ ପାଠାଗାର ନିର୍ମାଣ ସହିତ ଅତ୍ୟାଧୁନିକ ବ୍ୟବସ୍ଥା ହେବ । ଫଳରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ବ୍ୟକ୍ତିମାନେ ଏଠାକୁ ଆସି ତଥ୍ୟ ପାଇପାରିବେ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସମେତ ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।




