ଶ୍ରୀଗୁଣ୍ଡିଚା ମନ୍ଦିର ଅଘଟଣ, ଆଜିଠାରୁ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶର

ପୁରୀ : ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ । ଦର୍ଶନ କରିବାକୁ ଯାଇ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଆଜିଠୁ ଦୁଇ ଦିନ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ । ଆଜି ଭୁବନେଶ୍ୱରରେ ଓ ଜୁଲାଇ ୧୦ ତାରିଖ ପୁରୀରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ ବ୍ୟବସ୍ଥା କରାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା। […]

ଶ୍ରୀଗୁଣ୍ଡିଚା ମନ୍ଦିର ଅଘଟଣ, ଆଜିଠାରୁ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶର
Samaya Live Picture
Published On

ପୁରୀ : ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ । ଦର୍ଶନ କରିବାକୁ ଯାଇ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଆଜିଠୁ ଦୁଇ ଦିନ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ । ଆଜି ଭୁବନେଶ୍ୱରରେ ଓ ଜୁଲାଇ ୧୦ ତାରିଖ ପୁରୀରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ ବ୍ୟବସ୍ଥା କରାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା। ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ଭିଡିଓ ତଥ୍ୟ ଥିଲେ, ଏହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା ଇମେଲେ ଯୋଗେ ପଠାଇ ପାରିବେ। puritragedy.enquiry@.odisha.gov.in ଇ-ମେଲ ଯୋଗେ ପଠାଇ ପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୦୬୭୪-୨୫୩୬୮୮୨/୨୩୯୧୯୭୦ ରେ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି। ଏଥିଲାଗି ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟରେ ଯୋଗାଯୋଗ କରି ପାରିବେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ଆଗ୍ରହୀ ବ୍ୟକ୍ତିମାନେ ରାଜ୍ୟ ଅତିଥି ଭବନ ଏବଂ ଜୁଲାଇ ୧୦ ତାରିଖ ଅପରାହ୍ଣ ୩ଟା ପରେ ପୁରୀ ସ୍ପେଶାଲ ସର୍କିଟ ହାଉସ ଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଏ ସଂପର୍କରେ ତଥ୍ୟ ରଖିପାରିବେ। ଗତ ଜୁନ ୨୯ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚଟକାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କୁ ଦାୟିତ୍ବ ଦିଆଯାଇଛି ।

Tags: