ଶ୍ରୀ ମନ୍ଦିରରେ ଦଳା ଚକଟା ପରିସ୍ଥିତି,୨୦ରୁ ଉର୍ଦ୍ଧ୍ବ ଆହତ
ପୁରୀ : ଶ୍ରୀ ମନ୍ଦିରରେ ପରିସ୍ଥିତି ଅସମ୍ଭାଳ I ମଙ୍ଗଳ ଆଳତି ବେଳେ ପ୍ରବଳ ଗହଳି ଯୋଗୁଁ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା I ଏଥିରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି Iଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଏହି ଅଘଟଣ ଘଟିଛି । ଆହତ ମାନଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନା ନିଆ ଯାଇଛି I ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ନିୟୋଜିତ ରହିଛନ୍ତି I କାର୍ତ୍ତିକ ମାସ ଉପଲକ୍ଷେ ବହୁ ସଂଖ୍ୟା ହବିଷ୍ୟାଳୀ […]
ପୁରୀ : ଶ୍ରୀ ମନ୍ଦିରରେ ପରିସ୍ଥିତି ଅସମ୍ଭାଳ I ମଙ୍ଗଳ ଆଳତି ବେଳେ ପ୍ରବଳ ଗହଳି ଯୋଗୁଁ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା I ଏଥିରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି Iଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଏହି ଅଘଟଣ ଘଟିଛି । ଆହତ ମାନଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନା ନିଆ ଯାଇଛି I ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ନିୟୋଜିତ ରହିଛନ୍ତି I
କାର୍ତ୍ତିକ ମାସ ଉପଲକ୍ଷେ ବହୁ ସଂଖ୍ୟା ହବିଷ୍ୟାଳୀ ଆଜି ଶ୍ରୀମନ୍ଦିରକୁ ଆସିଥିଲେ । ଆଜି ମଙ୍ଗଳଆଳତୀ ପରେ ସିଂହଦ୍ୱାର ବ୍ୟାରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। I ଏପରିକି ପୁଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଏଥିରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକତ୍ସା ପରେ ଆହତମାନେ ସୁସ୍ଥ ହୋଇଛନ୍ତି ।ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଅହେତୁକ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି ।




