ଆରମ୍ଭ ହେଲା ଶ୍ରୀଜୀଉଙ୍କ ବାହୁଡା ଯାତ୍ରା

ପୁରୀ : ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କର ନବଦିନାତ୍ମକ ଲୀଳାଖେଳା । ଆଜି ନିର୍ଧାରିତ ସମୟରେ ଆରମ୍ଭ ହେଲା ବାହୁଡା ଯାତ୍ରା । ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ। ପରେ ଧାଡି ପହଣ୍ଡିରେ ପ୍ରଥମେ ବଡ ଭାଇ ବଳଭଦ୍ର,ପରେ ଦେବୀ ସୁଭଦ୍ରା ଓ ଶେଷରେ ସାଳିଆ ସାଆନ୍ତ ଝୁଲି ଝୁଲି ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ତାଳଧ୍ବଜରେ ବଡ଼ଠାକୁର ବାହାରିଛନ୍ତି। […]

Samaya Live Picture
Published On

ପୁରୀ : ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କର ନବଦିନାତ୍ମକ ଲୀଳାଖେଳା । ଆଜି ନିର୍ଧାରିତ ସମୟରେ ଆରମ୍ଭ ହେଲା ବାହୁଡା ଯାତ୍ରା । ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ। ପରେ ଧାଡି ପହଣ୍ଡିରେ ପ୍ରଥମେ ବଡ ଭାଇ ବଳଭଦ୍ର,ପରେ ଦେବୀ ସୁଭଦ୍ରା ଓ ଶେଷରେ ସାଳିଆ ସାଆନ୍ତ ଝୁଲି ଝୁଲି ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ।

ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ତାଳଧ୍ବଜରେ ବଡ଼ଠାକୁର ବାହାରିଛନ୍ତି। ହଜାର ହଜାର ଭକ୍ତ ଶ୍ରଦ୍ଧାର ସହିତ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି। କିଛି ସମୟ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ଅଭିମୁଖେ ବାହାରିବ। ଶେଷରେ କାଳିଆ ଠାକୁର ନନ୍ଦିଘୋଷରେ ବାହାରିବେ। ବାହୁଡ଼ାଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ଦେଖାଯାଇଛି। ହରିବୋଳ, ହୁଳହୁଳି, ଘଣ୍ଟଘଣ୍ଟିର ସ୍ବରରେ ବଡ଼ଦାଣ୍ଡ ଉଛୁଳିପଡୁଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି। ଏପରିକି ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

Tags: