ଥମୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି, ର୍ନିମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଥିଲା । ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ତେବେ ଏଭଳି ର୍ନିମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ଯେପରି କୌଣସି କ୍ଷତି ନପହଞ୍ଚିବ ସେମିତି କାର୍ଯ୍ୟ କରାଯିବା ଉଚିତ । ଅନ୍ୟପଟେ ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା […]

Samaya Live Picture
Published On

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି, ର୍ନିମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଥିଲା । ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ତେବେ ଏଭଳି ର୍ନିମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ଯେପରି କୌଣସି କ୍ଷତି ନପହଞ୍ଚିବ ସେମିତି କାର୍ଯ୍ୟ କରାଯିବା ଉଚିତ । ଅନ୍ୟପଟେ ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କେଉଁ ପ୍ରସଙ୍ଗରେ ଏ ଭେଟ କରାଯାଇଛି ସେନେଇ ଜିଲ୍ଲାପାଳ କିଛି ସୂଚନା ଦେଇ ନାହାନ୍ତ । ଅନ୍ୟପକ୍ଷେ, ସାଂସଦ ପିନାକୀ ମିଶ୍ରଙ୍କ ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଟ୍ୟୁଟ୍‌ ଯୁଦ୍ଧ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସର୍ଭେ ରେ ଚଞ୍ଚକତା କରି ରାତି ଅଧରେ ସର୍ଭେ କରୁଥିବା ଅଭିଯୋଗ ହୋଇଛି । ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ । ଅଧ ରାତିରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା । ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା