ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଏସଆରସିଙ୍କ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର : ମାଘ ମାସ ଆରମ୍ଭରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ । ଫେବୃଆରୀ ମଧ୍ୟଭାଗରୁ ଟାଇଁ ଟାଇଁ ମରିଲାଣି ଖରା I ଗଲା କିଛି ଦିନ ଧରି ରାଜ୍ୟରେ ବଢୁଛି ଖରା । ଏବର୍ଷ ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ପାରଦ ! ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଖରାର ଦାଉ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାତି ଆହୁରି ବଢ଼ିପାରେ । ରାଜ୍ୟର କିଛି ଅଞ୍ଚଳରେ […]

Samaya Live Picture
Published On

ଭୁବନେଶ୍ୱର : ମାଘ ମାସ ଆରମ୍ଭରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ । ଫେବୃଆରୀ ମଧ୍ୟଭାଗରୁ ଟାଇଁ ଟାଇଁ ମରିଲାଣି ଖରା I ଗଲା କିଛି ଦିନ ଧରି ରାଜ୍ୟରେ ବଢୁଛି ଖରା । ଏବର୍ଷ ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ପାରଦ ! ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଖରାର ଦାଉ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାତି ଆହୁରି ବଢ଼ିପାରେ । ରାଜ୍ୟର କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଗ୍ରୀଷ୍ମ ମୁକାବିଲା ପାଇଁ ରାଜ୍ୟ ସରକାର ଏକ ୨୪ ସୂତ୍ରୀ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ଏହାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ ବୁଧବାର ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି।

ସୂଚନାନୁସାରେ, ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ କମିବ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇବ । ଆସନ୍ତାକାଲିଠୁ ତାପମାତ୍ରାରେ ଆହୁରି ପରିବର୍ତ୍ତନ ହେବ ବୋଲି ଜଣାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ଚଳିତ ବର୍ଷ ତାପମାତ୍ରା ବହୁତ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ ଲଗାଇଛନ୍ତି ।

Tags: