ଖରାରେ ନଖେଳିବା ପାଇଁ ଏସଆରସିଙ୍କ ଚିଠି

ଭୁବନେଶ୍ୱର : ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଖରାରେ ଅଂଶୁଘାତ ଆଶଙ୍କା ବଢି ଯାଇଛି I ପ୍ରବଳ ଖରା ହେଉଥିବାରୁ ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଲେ ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି […]

Samaya Live Picture
Published On

ଭୁବନେଶ୍ୱର : ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଖରାରେ ଅଂଶୁଘାତ ଆଶଙ୍କା ବଢି ଯାଇଛି I ପ୍ରବଳ ଖରା ହେଉଥିବାରୁ ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଲେ ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବିଶେଷକରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଶ୍ରମିକମାନଙ୍କୁ ମଧ୍ୟ ୧୧ଟାରୁ ସାଢେ ୩ଟା ମଧ୍ୟରେ କାମ କରିବାକୁ ବାରଣ କରାଯାଇଛି । ଏପ୍ରିଲ ରୁ ଜୁନ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ କୁହାଯାଇଛି ଇ ଏଥିପାଇଁ ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳ ମାନଙ୍କୁ ଚିଠି ମାଧ୍ୟମରେ ନିର୍ଦେଶ ଦିଆଯାଇଛି I

Tags: