ଓଡିଶା କ୍ରୀଡାରେ ଆଉ ଏକ ମାଇଲଷ୍ଟୋନ: ବିଶ୍ୱ ସ୍ତରୀୟ ହେବ ବ୍ୟାଡ଼ମିଣ୍ଟନ ହାଇ ପର୍ଫମାନ୍ସ ସେଣ୍ଟର

ଭୁବନେଶ୍ୱର:ଓଡିଶା କ୍ରୀଡାରେ ଯୋଡି ହେଲା ଆଉ ଏକା ନୂଆ ଫର୍ଦ୍ଧ।ଡାଲମିୟା ସିମେଣ୍ଟ, ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେଵା ବିଭାଗ ଏବଂ ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡେମୀର ମିଳିତ ସହଯୋଗରେ ବ୍ୟାଡ଼ମିଣ୍ଟନ ହାଇ ପର୍ଫମାନ୍ସ ସେଣ୍ଟର ନିର୍ମାଣ ହୋଇଛି। କଳିଙ୍ଗ ଷ୍ଟାଡିୟମ ଆଜି ଏହି ବ୍ୟାଡ଼ମିଟନ ସେଣ୍ଟରର ଶୁଭ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆର ପ୍ରେସିଡେଣ୍ଟ ଡ଼ଃ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ […]

Samaya Live Picture
Published On

ଭୁବନେଶ୍ୱର:ଓଡିଶା କ୍ରୀଡାରେ ଯୋଡି ହେଲା ଆଉ ଏକା ନୂଆ ଫର୍ଦ୍ଧ।ଡାଲମିୟା ସିମେଣ୍ଟ, ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେଵା ବିଭାଗ ଏବଂ ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡେମୀର ମିଳିତ ସହଯୋଗରେ ବ୍ୟାଡ଼ମିଣ୍ଟନ ହାଇ ପର୍ଫମାନ୍ସ ସେଣ୍ଟର ନିର୍ମାଣ ହୋଇଛି।

କଳିଙ୍ଗ ଷ୍ଟାଡିୟମ ଆଜି ଏହି ବ୍ୟାଡ଼ମିଟନ ସେଣ୍ଟରର ଶୁଭ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆର ପ୍ରେସିଡେଣ୍ଟ ଡ଼ଃ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ବ୍ୟାଡ଼ମିଣ୍ଟନ ହାଇପର୍ଫମାନ୍ସ ସେଣ୍ଟର ଶୁଭ ଉଦଘାଟନ କରିଛନ୍ତି।

୭୭ ହାଜର ବର୍ଗଫୁଟ ପରିମିତ ଅଂଚଳରେ ଏହାକୁ ନିର୍ମାଣ କରାଯାଇଛି।ଏକା ସାଙ୍ଗରେ ୪୦୦ କ୍ରୀଡାପ୍ରେମୀ ଏହି ବ୍ୟାଡ଼ମିଟନ ସେଣ୍ଟରରେ ବ୍ୟାଡ଼ମିଟନ କ୍ରୀଡାର ମଜା ନେଇପାରିବେ।

କ୍ରୀଡା କ୍ଷେତ୍ରରେ ବ୍ୟାଡ଼ମିଟନ ସେଣ୍ଟରର ବିଶ୍ୱସ୍ତରୀୟ ହେବ। ଏଠାରୁ ଉଦୀୟମାନ ଖେଳାଳୀ ବାହାରିବେ। ଓଡିଶା ମାଟିରେ ଖେଳ ଦେଖାଇ ସାରା ବିଶ୍ୱରେ ନାଁ କମାଇବେ।

Tags: