ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରବେଶରେ ସ୍ୱତନ୍ତ୍ର ନୀତି

ପୁରୀ : ପଞ୍ଚକ ପାଇଁ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ନିମନ୍ତେ ସ୍ୱତନ୍ତ୍ର ନୀତି । ଆଗକୁ ପଞ୍ଚୁକ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ । ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ୨୦ ଜଣ ଶ୍ରୀମନ୍ଦିର ଜେଟିପି (ଜଗନ୍ନାଥ ଟେମ୍ପଲ ପୋଲିସ) ସ୍ୱାର୍ଡ ମୁତୟନ ହେବେ । ସକାଳ ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ […]

ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରବେଶରେ ସ୍ୱତନ୍ତ୍ର ନୀତି
Samaya Live Picture
Published On

ପୁରୀ : ପଞ୍ଚକ ପାଇଁ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ନିମନ୍ତେ ସ୍ୱତନ୍ତ୍ର ନୀତି । ଆଗକୁ ପଞ୍ଚୁକ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ । ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ୨୦ ଜଣ ଶ୍ରୀମନ୍ଦିର ଜେଟିପି (ଜଗନ୍ନାଥ ଟେମ୍ପଲ ପୋଲିସ) ସ୍ୱାର୍ଡ ମୁତୟନ ହେବେ । ସକାଳ ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମନ୍ଦିର ପ୍ରବେଶ କରିପାରିବେ । ମନ୍ଦିର ଚତୁର୍ପାଶ୍ୱ ପରିଚ୍ଛନ୍ନ କରାଯିବ । ଏନେଇ ପୁରୀ ଜିଲ୍ଲାପାଳ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ଅଁଳା ନବମୀରେ ଭୋର୍‌ ୫ଟାରୁ ରାଧାପାଦ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବିଳମ୍ବିତ ରାତି ଯାଏ ରାଧାପାଦ ଦର୍ଶନ ଜାରି ରହିବ। ଦର୍ଶନ ପାଇଁ ୧୧ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ର ବ୍ୟବସ୍ଥା କରାଯାଇଛି।

ସେପଟେ ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଶ୍ରୀ ଗୁଣ୍ଡିଚା ମନ୍ଦିର ଏହାକୁ ବୁଲି ଦେଖିପାରିବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ମନ୍ଦିରକୁ ଜବର ଦାଖଲ କରି ରଖିଥିବା ସମସ୍ତ ଦୋକାନ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

Tags: