ପୁଣି ସ୍ଥଗିତ ରହିଲା ସ୍ପେଶାଲ ଓଟିଇଟି ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ । ପରୀକ୍ଷା ସ୍ଥଗିତ ନେଇ ସୂଚନା ଦେଲା BSE। ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ରହିଥିବା କୁହାଯାଇଛି । ତେବେ ଖୁବ ଶୀଘ୍ର ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। […]

ପୁଣି ସ୍ଥଗିତ ରହିଲା ସ୍ପେଶାଲ ଓଟିଇଟି ପରୀକ୍ଷା
Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ । ପରୀକ୍ଷା ସ୍ଥଗିତ ନେଇ ସୂଚନା ଦେଲା BSE। ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ରହିଥିବା କୁହାଯାଇଛି । ତେବେ ଖୁବ ଶୀଘ୍ର ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଅନ୍ୟପଟେ ସ୍ଵତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ଆଉ ଦୁଇ ଅଭିଯୁକ୍ତ ରିମାଣ୍ଡକୁ ଯିବେ। ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଆଜି ରିମାଣ୍ଡରେ ଆସିବେ। ଚୌଦ୍ଵାର ଜେଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ।

ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ। କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ।

Tags: