କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା
ଭୁବନେଶ୍ୱର: କଡା ସୁରକ୍ଷା ମଧ୍ୟରେ ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଛି। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ତ୍ରୁଟିଶୂନ୍ୟ ପରୀକ୍ଷା ପାଇଁ କେନ୍ଦ୍ର ଗୁଡିକରେ କଡା ସତର୍କତା ଅବଲମ୍ବନ କରାଯାଇଛି । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂରେ ପେପର-୧ ଏବଂ ଅପରାହ୍ଣ ୨ଟାରୁ ସାଢେ୪ ଟା ଯାଏଁ ଦ୍ୱିତୀୟ ସିଟିଂ ପେପର-୨ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ […]
ଭୁବନେଶ୍ୱର: କଡା ସୁରକ୍ଷା ମଧ୍ୟରେ ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଛି। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ତ୍ରୁଟିଶୂନ୍ୟ ପରୀକ୍ଷା ପାଇଁ କେନ୍ଦ୍ର ଗୁଡିକରେ କଡା ସତର୍କତା ଅବଲମ୍ବନ କରାଯାଇଛି । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂରେ ପେପର-୧ ଏବଂ ଅପରାହ୍ଣ ୨ଟାରୁ ସାଢେ୪ ଟା ଯାଏଁ ଦ୍ୱିତୀୟ ସିଟିଂ ପେପର-୨ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ହଜାର ୬ ଶହ ଜଣ ଶାରୀରିକ ଅକ୍ଷମଙ୍କୁ ଉତ୍ତର ରଖିବାକୁ ଅତିରିକ୍ତ ୫୦ ମିନିଟ୍ ସମୟ ମିଳିବ ।
ପରୀକ୍ଷା ପରିଚାଳନାକୁ ନେଇ ଡିଜି ଲକିଂ ବ୍ୟବସ୍ଥା ହୋଇଛି । ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏପରିକି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ।




