କୁମ୍ଭ ମେଳା ପାଇଁ ଓଡିଶାରୁ ସ୍ୱତନ୍ତ୍ର ବସ

ଭୁବନେଶ୍ୱର:ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟା ପର୍ଯ୍ୟନ୍ତ ସ୍ବତନ୍ତ୍ର ବସ୍ ଗଡ଼ିବ।ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଯିବ ବସ୍‌। ସ୍ବତନ୍ତ୍ର ବସ୍‌ ସେବା ଆସନ୍ତା ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।OSRTC ୱେବସାଇଟ୍‌, ମୋବାଇଲ୍‌ ଆପ୍‌ରେ ଟିକେଟ ବୁକିଂ କରିହେବ। ସେହିପରି ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି। ମହାକୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ […]

Samaya Live Picture
Published On

ଭୁବନେଶ୍ୱର:ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟା ପର୍ଯ୍ୟନ୍ତ ସ୍ବତନ୍ତ୍ର ବସ୍ ଗଡ଼ିବ।ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଯିବ ବସ୍‌।
ସ୍ବତନ୍ତ୍ର ବସ୍‌ ସେବା ଆସନ୍ତା ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।OSRTC ୱେବସାଇଟ୍‌, ମୋବାଇଲ୍‌ ଆପ୍‌ରେ ଟିକେଟ ବୁକିଂ କରିହେବ। ସେହିପରି ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି।

ମହାକୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା। ଏଥର ପ୍ରୟାଗରାଜ ଏହି ବଡ ମେଳା ପାଇଁ ସଜେଇ ହୋଇଛି।

Tags: