ଦିବ୍ୟାଙ୍ଗଙ୍କ ଜଗନ୍ନାଥ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର : ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନେ ସହଜରେ ଶ୍ରୀମନ୍ଦିର ଭିତରକୁ ସହଜରେ ପ୍ରବେଶ କରି ଶ୍ରୀଜୀଉଙ୍କ ଦର୍ଶନ କରିବେ । ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନିଜ ନାମ ପଞ୍ଜୀକୃତ କରିବେ । ସେମାନଙ୍କୁ ପ୍ରଥମେ ହ୍ବିଲ୍ ଚେୟାରରେ ଉତ୍ତର ଦୁଆର ନିକଟକୁ ନିଆଯିବ। ସେଠାରୁ ସ୍ୱତନ୍ତ୍ର କାଠ ଚୌକି […]
ଭୁବନେଶ୍ୱର : ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନେ ସହଜରେ ଶ୍ରୀମନ୍ଦିର ଭିତରକୁ ସହଜରେ ପ୍ରବେଶ କରି ଶ୍ରୀଜୀଉଙ୍କ ଦର୍ଶନ କରିବେ । ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନିଜ ନାମ ପଞ୍ଜୀକୃତ କରିବେ । ସେମାନଙ୍କୁ ପ୍ରଥମେ ହ୍ବିଲ୍ ଚେୟାରରେ ଉତ୍ତର ଦୁଆର ନିକଟକୁ ନିଆଯିବ। ସେଠାରୁ ସ୍ୱତନ୍ତ୍ର କାଠ ଚୌକି ଯୋଗେ ବାହକମାନେ ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟକୁ ନେବେ, ସେଠାରେ ପ୍ରତିହାରୀ ସେବାୟତମାନେ ସେମାନଙ୍କୁ ଶ୍ରୀଜୀଉଙ୍କ ଦର୍ଶନ କରାଇବେ । ଆଜି ବସିଥିବା ଛତିଶାନିଯୋଗ ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କର ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି।
ଗୋପାଳବଲ୍ଲଭଠାରୁ ସକାଳଧୂପ ସମୟ ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନଙ୍କ ଦର୍ଶନ ପାଇଁ ସମୟ ରଖାଯାଇଛି। ତେବେ ନୀତି ଅନୁସାରେ ଏହି ଦର୍ଶନ ସମୟରେ ପରିବର୍ତ୍ତନ ହୋଇପାରେ। ଦିବ୍ୟାଙ୍ଗ ଭକ୍ତଙ୍କ ସହ ସେମାନଙ୍କ ପରିବାରର ଦୁଇଜଣ ସହଯୋଗୀ ଯାଇପାରିବେ । ଦୈନିକ ସର୍ବାଧିକ ୨୦ ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ। ଜଣେ ମାସକୁ ଗୋଟିଏ ଥର ଦର୍ଶନ କରିପାରିବେ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ରଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।




