ବିଧାନସଭାରେ ଗଣ୍ଡଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ପ୍ରବଳ ଗଣ୍ଡାଗୋଳ ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଗୃହକୁ ସାଢ଼େ ୧୧ ଯାଏଁ ମୁଲତବୀ ରଖାଯାଇଥିଲା । ସାଢ଼େ ୧୧ଟା ବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ପୁଣି ଗଣ୍ଡଗୋଳ ହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଚାଷୀ ସମସ୍ୟା ନେଇ ବିଧାନସଭାରେ ପ୍ରବଳ ଗଣ୍ଡାଗୋଳ ହୋଇଥିଲା […]

Samaya Live Picture
Published On

ଭୁବନେଶ୍ୱର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ପ୍ରବଳ ଗଣ୍ଡାଗୋଳ ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଗୃହକୁ ସାଢ଼େ ୧୧ ଯାଏଁ ମୁଲତବୀ ରଖାଯାଇଥିଲା । ସାଢ଼େ ୧୧ଟା ବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ପୁଣି ଗଣ୍ଡଗୋଳ ହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଚାଷୀ ସମସ୍ୟା ନେଇ ବିଧାନସଭାରେ ପ୍ରବଳ ଗଣ୍ଡାଗୋଳ ହୋଇଥିଲା ।

ସୂଚନାଯୋଗ୍ୟ, ଆଜି ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ । ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା ବେଳେ ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ । ଫଳରେ ଗୃହରେ ପ୍ରବଳ ଗଣ୍ଡାଗୋଳ ସୃଷ୍ଟି ହୋଇଥିଲା । ଏହାପରେ ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ ।

କହିରଖୁ କି, ଗତ ୨୪ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହାପରେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ଶାସକ ଦଳ ଓ ପୁଲିସର ଭୂମିକା ନେଇ ଗତକାଲି ବିରୋଧୀ ଗୃହରେ କମ୍ପିଥିଲେ । ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ଗଣ୍ଡଗୋଳରେ ଗୃହ କମ୍ପିଥିଲା । ଏହାରି ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୧୬ ହଜାର ୮୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତଚିଠା ବଜେଟ୍‌ ଗୃହରେ ଆଗତ କରିଥିଲେ ।