ଏସପିଙ୍କ କାର୍ଯ୍ୟାଳୟ ଘେରିଲେ ଦଳିତ ମହିଳା ପୁରୁଷ
ସମୟ ଲାଇଭ,୧୩/୩: ରାଷ୍ଟ୍ରୀୟ ଦଳିତ ମହାସଂଘର ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଦଳିତ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ପ୍ରତିବାଦରେ ସଂଗଠନ ଓ ଦଳିତ ପୁରୁଷ ଏବଂ ମହିଳା ମାନଙ୍କ ଦ୍ୱାରା ଜଗତସିଂହପୁର ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି। ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟୋଇ ଗାଁର ଦଳିତ ଯୁବତୀ ଲକ୍ଷ୍ମୀପ୍ରିୟା ଦାସ ମୃତ୍ୟୁ ଘଟଣାରେ ନାଉଗାଁ ଥାନାରେ ଥିବା ପୂର୍ବତନ ଭାରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏକ ନିରିହ ଜୀବନ ଚାଲିଗଲା […]
ସମୟ ଲାଇଭ,୧୩/୩: ରାଷ୍ଟ୍ରୀୟ ଦଳିତ ମହାସଂଘର ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଦଳିତ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ପ୍ରତିବାଦରେ ସଂଗଠନ ଓ ଦଳିତ ପୁରୁଷ ଏବଂ ମହିଳା ମାନଙ୍କ ଦ୍ୱାରା ଜଗତସିଂହପୁର ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି। ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟୋଇ ଗାଁର ଦଳିତ ଯୁବତୀ ଲକ୍ଷ୍ମୀପ୍ରିୟା ଦାସ ମୃତ୍ୟୁ ଘଟଣାରେ ନାଉଗାଁ ଥାନାରେ ଥିବା ପୂର୍ବତନ ଭାରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏକ ନିରିହ ଜୀବନ ଚାଲିଗଲା ତଥା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରେପାଟଣା ଗାଁର ୨୨ଟି ଦଳିତ ପରିବାରକୁ ଗାଁ ମନ୍ଦିରରେ ପ୍ରବେଶ ନିଷେଧ ପ୍ରତିବାଦରେ ଉଭୟ ଥାନା ଅଧିକାରୀ ଙ୍କୁ ବହିଷ୍କାର ଦାବିରେ ଗଣ ଧାରଣା ଦିଆ ଯାଇଛି। ଯଦି ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ଏବଂ ସମ୍ପୃକ୍ତ ଦୁଇ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ୨୨ଦଳିତ ପରିବାର ଧର୍ମ ପରିବର୍ତ୍ତନ କରିବେ ବୋଲି ଚେତାବନୀ ଦେଇଛନ୍ତି ଦଳିତ ନେତା।
Tags:




