୫ ଜଣଙ୍କ ନାଁ ରେ ଥାନାରେ ଏତଲା ଦେଲେ ସୌମ୍ୟାଶ୍ରୀଙ୍କ ଭାଇ

ଭୋଗରାଇ : ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଭୋଗରାଇ ଥାନାରେ ମାମଲା ରୁଜୁ କଲେ ସୌମ୍ୟାଶ୍ରୀଙ୍କ ଭାଇ । ଆମକୁ ସୁରକ୍ଷା ଦିଅ, ନଚେତ୍‌ ସପରିବାର ଆତ୍ମହତ୍ୟା କରିବୁ ବୋଲି ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଭାଇ ସୌମ୍ୟରଞ୍ଜନ ବିଶି । ବୁଧବାର ରାତି ସାଢେ ୮ଟାରେ ସେ ଥାନାକୁ ଯାଇ ଏତଲା ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ, ପରିବାର ଲୋକେ ଦୁଖଃରେ ଭାଙ୍ଗି ପଡିଥିବାବେଳେ କିଛି ଲୋକ […]

୫ ଜଣଙ୍କ ନାଁ ରେ ଥାନାରେ ଏତଲା ଦେଲେ ସୌମ୍ୟାଶ୍ରୀଙ୍କ ଭାଇ
Samaya Live Picture
Published On

ଭୋଗରାଇ : ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଭୋଗରାଇ ଥାନାରେ ମାମଲା ରୁଜୁ କଲେ ସୌମ୍ୟାଶ୍ରୀଙ୍କ ଭାଇ । ଆମକୁ ସୁରକ୍ଷା ଦିଅ, ନଚେତ୍‌ ସପରିବାର ଆତ୍ମହତ୍ୟା କରିବୁ ବୋଲି ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଭାଇ ସୌମ୍ୟରଞ୍ଜନ ବିଶି ।

ବୁଧବାର ରାତି ସାଢେ ୮ଟାରେ ସେ ଥାନାକୁ ଯାଇ ଏତଲା ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ, ପରିବାର ଲୋକେ ଦୁଖଃରେ ଭାଙ୍ଗି ପଡିଥିବାବେଳେ କିଛି ଲୋକ ତାଙ୍କ ଭଉଣୀ ଏବଂ ପରିବାର ପ୍ରତି ସୋସିଆଲ ମିଡିଆରେ ଆଶାଳୀନ ମନ୍ତବ୍ଯ ଦେବା ଅତ୍ଯନ୍ତ ଦୁର୍ଭାଗ୍ଯଜନକ । ତାଙ୍କ ଭଉଣୀଙ୍କ ମୃତ୍ୟୁକୁ ନେଇ ୫ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କ ପରିବାର ଓ ମୃତା ଭଉଣୀଙ୍କ ନାମରେ ସୋସିଆଲ ମିଡିଆରେ ନାନାଦି କୁତ୍ସାରଟନା କରି ତାଙ୍କ ପରିବାରକୁ ଅପମାନିତ ଓ ବଦନାମ କରିବାକୁ ହୀନ ରାଜନୀତି କରୁଛନ୍ତି। ଆମ ପରିବାର ଏମ୍‌ପିଙ୍କ ସହିତ ଅର୍ଥ ଡିଲ ହୋଇଛି ବୋଲି ସୋସିଆଲ ମିଡିଆରେ ପ୍ରଚାର କରି ସରକାରଙ୍କ ତଦନ୍ତକାରୀ ସଂସ୍ଥା ଓ ପ୍ରଶାସନକୁ ନିନ୍ଦିତ କରିବାର ଉଦ୍ଦେଶ୍ୟ ରହିଛି। ଏହାଦ୍ୱାରା ମୋ ଭଉଣୀର ପ୍ରକୃତ ଦୋଷୀଙ୍କୁ ଖସିଯିବାକୁ ଏମାନେ ଷଡଯନ୍ତ୍ର କରୁଛନ୍ତି।

ଏଭଳି ସ୍ଥିତିରେ ଆମକୁ ନ୍ୟାୟ ଦେବା ଏମାନଙ୍କର ଉଦ୍ଦେଶ୍ୟ ନୁହେଁ ବରଂ ଆମ ପରିବାରକୁ ମାନସିକ ଭାରାକ୍ରାନ୍ତ କରି ଅପମାନିତ କରିବାର ପ୍ରୟାସ କରୁଥିବାରୁ ଆମକୁ ସୁରକ୍ଷା ଦିଆଯାଉ ବୋଲି ଅଭିଯୋଗରେ ଦର୍ଶଯାଇଛି। ଭୋଗରାଇ ପୋଲିସ ଏହି ଏତଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Tags: