ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ବାଲେଶ୍ୱରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ

ଭୁବନେଶ୍ବର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲାର କଲେଜ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଠାରେ ହୋଇଛି ଅବହେଳା । ସବୁଠାରୁ ନିରାଶ ହୋଇ ଶେଷରେ ଆତ୍ମାହୁତି ଭଳି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଥିଲେ ସୌମ୍ୟାଶ୍ରୀ ବିଶି । ଏହି ଘଟଣାର ତଦନ୍ତ ପାଇଁ ବାଲେଶ୍ବରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି। ବାଲେଶ୍ବର ସହଦେଵ ଖୁଣ୍ଟା ଥାନାରୁ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ସଂଗ୍ରହ କରିଛନ୍ତି । କଲେଜ ନିକଟରେ ଥିବା ସମସ୍ତ […]

ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ବାଲେଶ୍ୱରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ
Samaya Live Picture
Published On

ଭୁବନେଶ୍ବର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲାର କଲେଜ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଠାରେ ହୋଇଛି ଅବହେଳା । ସବୁଠାରୁ ନିରାଶ ହୋଇ ଶେଷରେ ଆତ୍ମାହୁତି ଭଳି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଥିଲେ ସୌମ୍ୟାଶ୍ରୀ ବିଶି । ଏହି ଘଟଣାର ତଦନ୍ତ ପାଇଁ ବାଲେଶ୍ବରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି। ବାଲେଶ୍ବର ସହଦେଵ ଖୁଣ୍ଟା ଥାନାରୁ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ସଂଗ୍ରହ କରିଛନ୍ତି । କଲେଜ ନିକଟରେ ଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ଡିସିପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ମାଲାର ତଦନ୍ତ କରୁଛି।

ଏହିଘଟଣାରେ କ୍ରାଇମବ୍ରାଞ୍ଚ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ ବୟାନ ରେକର୍ଡ କରିଛି । ଏସସିବି ବର୍ଣ୍ଣ ୟୁନିଟକୁ ଯାଇ ପ୍ରାୟ ଏକ ଘଣ୍ଟା ଧରି ଜ୍ୟୋତି ପ୍ରକାଶଙ୍କ ପଚରା ଉଚରା କରି ତଥ୍ୟ ସଂଗ୍ରହ କରିଥିଲା ।

ଘଟଣା ପୂର୍ବରୁ ସୌମ୍ୟାଶ୍ରୀ ଏବଂ କଲେଜ ଅଧ୍ୟକ୍ଷ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିଲା। କେବଳ ଦୁଇଥର ଷ୍ଟେସନ ଡାଏରୀ କରିଥିଲା। ମାମଲା ରୁଜୁ ନକରି ଥାନା ରେକର୍ଡ଼ରେ ଲିପିବଦ୍ଧ କରିଥିବାରୁ ସହଦେବଖୁଣ୍ଟା ଥାନା ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ଦୁଇଟି ଲେଖାଏଁ ଅଭିଯୋଗ ପରେ ମଧ୍ୟ ପୁଲିସ ଜେନେରାଲ ଡାଏରୀରେ ଲିପିବଦ୍ଧ କରି ତଦନ୍ତକୁ ସାରିଦେଇଥିଲା। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ପଶିବା ପରେ ପୁଲିସ ଅଧିକାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି।

Tags: