ସ୍ୱାଧୀନ ପ୍ରାର୍ଥୀ ଭାବରେ ଆଜି ଘଷିପୁରାରୁ ନାମାଙ୍କନ ଭରିଲେ ସୌମ୍ୟରଞ୍ଜନ
ଭୁବନେଶ୍ୱର : ସ୍ଵାଧୀନ ପ୍ରାର୍ଥୀ ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ସେ କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ନିଜ ସମର୍ଥକଙ୍କ ସହ ଯାଇ ଆଜି ସେ ଆନନ୍ଦପୁର ଉପାଜିଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୌମ୍ୟରଞ୍ଜନ ନିଜ ସମର୍ଥକଙ୍କ ସହିଚ କେନ୍ଦୁଝର ଜିଲାର ସୀମାନ୍ତ ଜରଦା ଗେଟଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଅପରାହ୍ନ ୨ ଘଟିକା ସମୟରେ […]
ଭୁବନେଶ୍ୱର : ସ୍ଵାଧୀନ ପ୍ରାର୍ଥୀ ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ସେ କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ନିଜ ସମର୍ଥକଙ୍କ ସହ ଯାଇ ଆଜି ସେ ଆନନ୍ଦପୁର ଉପାଜିଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ସୌମ୍ୟରଞ୍ଜନ ନିଜ ସମର୍ଥକଙ୍କ ସହିଚ କେନ୍ଦୁଝର ଜିଲାର ସୀମାନ୍ତ ଜରଦା ଗେଟଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଅପରାହ୍ନ ୨ ଘଟିକା ସମୟରେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ସୂଚନାନୁସାରେ,ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ କଟକ-ବାରବାଟୀର ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ନିଜ ନାମାଙ୍କନ ଭରିଛନ୍ତି । ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ ମଧ୍ୟ ଖୋର୍ଦ୍ଧା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ । ବେଗୁନିଆ ବିଧନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ବି ଆଜି ନିଜ ନାମାଙ୍କନ ଭରିବେ ।




