ବଢୁଥିବା ଗ୍ରୀଷ୍ମ ଲହରୀକୁ ନେଇ ଏସଓପି ଜାରି
ଭୁବନେଶ୍ୱର : ଏପ୍ରିଲ ଆରମ୍ଭରୁ ଭୀଷଣ ତାତିରେ କଲବଲ ହେଉଛି ସାରା ରାଜ୍ୟ I ସକାଳ ୮ ଟାରୁ ସନ୍ଧ୍ୟା ୫ ତା ପର୍ଯ୍ୟନ୍ତ ତାତିରୁ ମିଳୁନାହିଁ ତ୍ରାହି I ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଠାରୁ ସମସ୍ତ ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର I କାଲିଠୁ ତିନି ଦିନ ପାଇଁ ହିଟୱେଭ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପାରଦ […]
ଭୁବନେଶ୍ୱର : ଏପ୍ରିଲ ଆରମ୍ଭରୁ ଭୀଷଣ ତାତିରେ କଲବଲ ହେଉଛି ସାରା ରାଜ୍ୟ I ସକାଳ ୮ ଟାରୁ ସନ୍ଧ୍ୟା ୫ ତା ପର୍ଯ୍ୟନ୍ତ ତାତିରୁ ମିଳୁନାହିଁ ତ୍ରାହି I ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଠାରୁ ସମସ୍ତ ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର I କାଲିଠୁ ତିନି ଦିନ ପାଇଁ ହିଟୱେଭ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ ।
ଅନ୍ୟପଟେ ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ୨୩ ସୂତ୍ରୀ ପଦକ୍ଷେପ ଜାରି କରିବାଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏ ନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି ।
ରାଜ୍ୟରେ ଗତ ଦୁଇଦିନ ହେଲା ତାତି ବଢ଼ିଥିବାବେଳେ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେଣୁ ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି। ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ, କ’ଣ କରିବେନି ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି। ଯେଉଁ ଗାଁ, ୱାର୍ଡ, ପଡ଼ାରେ ଜଳସଙ୍କଟ ସ୍ଥିତି ଅଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ କରିବାକୁ କୁହାଯାଇଛି। ଖରାପ ନଳକୂପକୁ ମରାମତି କରିବା, କେନାଲରେ ପାଣି ଛାଡ଼ିବା, ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ କୁହାଯାଇଛି।
ଗତ ୩ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପହଁଚିଛି । ଏହା ଆଗାମୀ ୧୫ ତାରିଖ ମଧ୍ୟରେ ୪୪ ଡିଗ୍ରୀ ଛୁଇଁପାରେ ବୋଲି ସମ୍ଭାବନା ରହିଛି । ସେହିପରି ଗତ ଦୁଇ ଦିନ ମଧ୍ୟରେ ଝାରସୁଗୁଡା ଓ ବାରିପଦା ରାଜ୍ୟରେ ସବୁଠାରୁ ଉତପ୍ତ ସହର ବୋଲି ଜଣ ପଡିଛି I ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବା ସମ୍ଭାବନା ରହିଛି। ଏଥିସହ ଏଥିସହ ୧୪ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲା ଏବଂ ୧୫ ତାରିଖ ପାଇଁ ଦେବଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।




