ବାପା ହାତରେ ଗଲା ପୁଅ ଜୀବନ

ବାପା ହାତରେ ଗଲା ପୁଅ ଜୀବନ
Ipsita Picture
By: Ipsita
Published On


ଅନୁଗୋଳ : କୁହାଯାଏ ଗୋଟିଏ ସନ୍ତାନ ନିଜ ଜନ୍ମକଲା ବାପା ମାଆଙ୍କ ପାଖରେ ସବୁଠାରୁ ଅଧିକ ସୁରକ୍ଷିତ, ହେଲେ ଜନ୍ମ କଲା ବାପା ସାଜିଲା ସଇତାନ । ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ସାଇଟ୍ ଥାନା ଅଧୀନସ୍ଥ ଅର୍କିଳ ଗ୍ରାମରେ ଜଣେ ବାପା ନିଜ ପୁଅକୁ ମାରିଦେଇଥିବା ଜଣା ପଡିଛି । ଏପିରିକ ପୁଅକୁ ମାରି ଦୀର୍ଘ ୫ ଦିନ ହେବ ପୋତି  ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ସାଇଟ୍ ଥାନା ଅଧୀନସ୍ଥ ଅର୍କିଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ଦ୍ବିତୀୟ ବିବାହ ପାଇଁ ଏଭଳି ଘଟଣା ଘଟିଥିବା ସୂଚନା ରହିଛି । ମୃତକ ହେଲେ ମୁରଲୀଧର ବେହେରାଙ୍କ ପୁଅ କୁଜା ବେହେରା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Tags: