ବାପାଙ୍କ କୋକେଇ ବାନ୍ଧୁଥିବାବେଳେ ପୁଅର ମୃତ୍ୟୁ

କୋରାପୁଟ : ଏମିତି ବି ମୃତ୍ୟୁ ଆସେ ! ବାପାଙ୍କ କୋକେଇ ନ ଉଠୁଣୁ ପୁଅର ମୃତ୍ୟୁ I ଅନ୍ତିମ ସଂସ୍କାର ପାଇଁ ଘର ପଛ ପଟେ କୋକେଇ ବନ୍ଧା ହେଉଥିବା ସମୟରେ ପୁଅ ମୁଣ୍ଡ ଉପରେ ପଡିଗଲା ଗଛ I ଘଟଣାସ୍ଥଳରେ ପୁଅର ମଧ୍ୟ ମୃତ୍ୟୁ ଘଟିଥିଲା I ଗୋଟିଏ ଯୁଇରେ ହେଲା ବାପା,ପୁଅଙ୍କର ଅନ୍ତିମ ସଂସ୍କାର I ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମତା ଗ୍ରାମରେ। […]

Samaya Live Picture
Published On

କୋରାପୁଟ : ଏମିତି ବି ମୃତ୍ୟୁ ଆସେ ! ବାପାଙ୍କ କୋକେଇ ନ ଉଠୁଣୁ ପୁଅର ମୃତ୍ୟୁ I ଅନ୍ତିମ ସଂସ୍କାର ପାଇଁ ଘର ପଛ ପଟେ କୋକେଇ ବନ୍ଧା ହେଉଥିବା ସମୟରେ ପୁଅ ମୁଣ୍ଡ ଉପରେ ପଡିଗଲା ଗଛ I ଘଟଣାସ୍ଥଳରେ ପୁଅର ମଧ୍ୟ ମୃତ୍ୟୁ ଘଟିଥିଲା I ଗୋଟିଏ ଯୁଇରେ ହେଲା ବାପା,ପୁଅଙ୍କର ଅନ୍ତିମ ସଂସ୍କାର I ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମତା ଗ୍ରାମରେ। ଏକା ସାଙ୍ଗରେ ଘରର ଦୁଇ ଦୁଇ ଜଣଙ୍କର ଅକାଳ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି ପୁରା ପରିବାର I

ଘଟନାନୁସାରେ,ଗତକାଲି କୋରାପୁଟରେ ଲକ୍ଷ୍ମଣ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା I ତାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଶବକୁ ପରିବାର ଲୋକେ ନିଜ ଗାଁ କାମତାକୁ ଆଣିଥିଲେ I ଘର ପଛପଟେ ବନ୍ଧା ଚାଲିଥିଲା କୋକେଇ I ପଛପଟେ ପୁଅ ବେଣୁଧର ଛିଡ଼ା ହୋଇଥିଲେ। ଠିକ୍ ସେଇ ସମୟରେ ଲଗାଣ ବର୍ଷାରେ ତାଙ୍କ ଉପରେ ଗଛଟିଏ ପଡ଼ିଯିବାରୁ ପୁଅ ବେଣୁଧର ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ବେଣୁଧରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଜଣାପଡିବା ପରେ ପୁରା କାମତା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I ଗୋଟିଏ ଯୁଇର ଜଳିଛି ବାପ-ପୁଅଙ୍କର ଦୁଇଟି ଚିତା I

Tags: