ମା’ଙ୍କ ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲା ପୁଅ
ବଲାଙ୍ଗୀର : ପୁଅ ପାଇଁ ଅସହ୍ୟ ହେଲା ମା’ଙ୍କ ରୋଗ ଯନ୍ତ୍ରଣା । କେନାଲକୁ ଡେଇଁ ଆତ୍ମହତ୍ୟା କଲା ପୁଅ । ଜୀବନ ହାରିବା ପୂର୍ବରୁ ମା’ଙ୍କୁ ନିଜ ମୋବାଇଲରୁ ପଠାଇଛନ୍ତି ଶେଷ ମେସେଜ । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲାରେ । ମୃତ ଯୁବକ ହେଉଛନ୍ତି ବଲାଙ୍ଗୀରର ସୌରଭ ସମ୍ବିତ ତ୍ରିପାଠୀ। ଗତ ଦୁଇ ଦିନ ପୂର୍ବରୁ ସମ୍ବିତ ନିଖୋଜ ଥିଲେ । ଆଜି ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ମୃତଦେହ […]
ବଲାଙ୍ଗୀର : ପୁଅ ପାଇଁ ଅସହ୍ୟ ହେଲା ମା’ଙ୍କ ରୋଗ ଯନ୍ତ୍ରଣା । କେନାଲକୁ ଡେଇଁ ଆତ୍ମହତ୍ୟା କଲା ପୁଅ । ଜୀବନ ହାରିବା ପୂର୍ବରୁ ମା’ଙ୍କୁ ନିଜ ମୋବାଇଲରୁ ପଠାଇଛନ୍ତି ଶେଷ ମେସେଜ । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲାରେ । ମୃତ ଯୁବକ ହେଉଛନ୍ତି ବଲାଙ୍ଗୀରର ସୌରଭ ସମ୍ବିତ ତ୍ରିପାଠୀ। ଗତ ଦୁଇ ଦିନ ପୂର୍ବରୁ ସମ୍ବିତ ନିଖୋଜ ଥିଲେ । ଆଜି ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗର ପଡ଼ାର ସୌରଭ ସମ୍ବିତ ତ୍ରିପାଠୀଙ୍କ ମା’କର୍କଟରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଦିନକୁ ଦିନ ମା’ଙ୍କ ଅବସ୍ଥା ବିଗିଡି ଯାଉଛି । ସୌରଭ ହସ୍ପିଟାଲରେ ରହି ପୁଅ ମା’ର ସେବା କରୁଥିବା ବେଳେ ମା’ଙ୍କ ଯନ୍ତ୍ରଣା ସହି ପାରିନଥିଲେ । ଶେଷରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ମୋବାଇଲକୁ ଗତ ଅକ୍ଟୋବର ୨୨ ତାରିଖରେ ହୃଦୟ ବିଦାରକ ମେସେଜ୍ ପଠାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଶେଷରେ ବୁର୍ଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ସୌରଭ ଦେଇଥିବା ମେସେଜ୍ ଆଧାରରେ ପୁଲିସ ଓ ଅଗ୍ନିଶମ ବାହିନୀ ପାୱାର କେନାଲ ଏବଂ ଆଖପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲା। ଆଜି ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ସୌରଭଙ୍କ ମୃତଦେହ ଉଦ୍ଧାର ହୋଇଛି। ସୌରଭଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ଆହୁରି ଦୁଃଖରେ ଭାଙ୍ଗି ପଡିଛନ୍ତି ।




